ପାଞ୍ଜି ଦେଇଥିଲା ବାତ୍ୟାର ପୂର୍ବ ସୂଚନା

ପାଞ୍ଜି ଦେଇଥିଲା ବାତ୍ୟାର ପୂର୍ବ ସୂଚନା

ଚଳିତ ବର୍ଷ ଅକ୍ଟୋବର ମାସରେ ବାତ୍ୟା ହେବା ନେଇ ଅସଲି ଖଡ଼ିରତ୍ନ ପଞ୍ଜିକାରେ ଗଣନା କରାଯାଇଥିଲା। ଯାହା ଏବେ ସତ ହେବାକୁ ଯାଉଛି। ବାତ୍ୟା କେଉଁ ତାରିଖରେ ହେବ ଓ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ତାହା ମଧ୍ୟ ପଞ୍ଜିକାରେ ଗଣନା କରାଯାଇଥିଲା। ଅସଲି ଖଡ଼ିରତ୍ନ ପଞ୍ଜିକାରେ  ୧୯୬ ପୃଷ୍ଠାରେ ଏହା ଉଲ୍ଲେଖ ରହିଥିଲା। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।  ଅସଲି ଖଡ଼ିରତ୍ନ ପଞ୍ଜିକାରେ ପାଣିପାଗ ସଂପର୍କରେ ଗଣନା କରାଯାଇଥିଲା ଯେ, ରାଜ୍ୟର ଉପକୂଳ ଅଞ୍ଚଳ ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ୱର, ନୟାଗଡ଼, କାକଟପୁର ଓ ନିଆଳି ଆଦି ଅଞ୍ଚଳରେ ସାମୁଦ୍ରିକ ଝଡ଼, ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଅକ୍ଟୋବର ୧୭ରୁ ୨୩ ମଧ୍ୟରେ ଏବଂ ଅକ୍ଟୋବର ୨୬ରୁ ୩୦ ତାରିଖ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ଼, ଲଘୁଚାପ, ଜୁଆର ତଥା ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ପ୍ରଭାବିତ ହେବା ନେଇ ପଞ୍ଜିକାରେ ଗଣନା କରାଯାଇଥିଲା। ବାତ୍ୟା ସଂପର୍କିତ ତଥ୍ୟକୁ ନେଇ ପଞ୍ଜିକାର ଉଲ୍ଲେଖ ଥିବା ୧୯୬ ପୃଷ୍ଠା ଏବେ ସୋଶାଲ ଭାଇରାଲ୍ ହେଉଛି।