ହାଇସ୍କୁଲ ରଜନ୍ତ ଜୟନ୍ତୀ ଉତ୍ସବ ଉଦ୍ୟାପିତ
ଖଇରା: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ବରଦାସ୍ଥିତ ମା’ ଭଗବତୀ ଉଚ୍ଚ ବିଦ୍ୟାପୀଠର ୩ ଦିନିଆ ରଜନ୍ତ ଜୟନ୍ତୀ ଉତ୍ସବ ଉଦ୍ୟାପିତ ହୋଇଛି । ସୁନାମଧନ୍ୟ ଗାୟିତା ଅନ୍ତରା ଚକ୍ରବର୍ତ୍ତୀ, ଦେବାଶିଷ ପତି ତଥା ଶେଷଦିନର ଗାୟକ ପ୍ରଭୁପାଦ ଓ ବିଷ୍ଣୁମୋହନ କବି, ଗାୟିକା ସୌମ୍ୟା ଆକର୍ଷଣର କେନ୍ଦ୍ର ସାଜିଥିଲେ । ଦ୍ୱିତୀୟ ସନ୍ଧ୍ୟାର ଉଦ୍ଘାଟନୀ ସମାରୋହରେ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପୁହାଣ ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ସ୍ୱାମୀ ଶ୍ରୀକୃଷ୍ଣାନନ୍ଦ ଗିରି ମହାରାଜ, ବିବିସିସିବି ସଭାପତି ଗଣେଷ ପ୍ରସାଦ ମହାପାତ୍ର, ସମ୍ମାନୀତ ଅତିଥିଭାବେ ଜିଲା ପରିଷଦ ସଭ୍ୟା ସୁଷମା ମହାପାତ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ ନାରାୟଣ ସେନାପତି ସମ୍ମାନନୀୟ ବକ୍ତାଭାବେ ଯୋଗ ଦେଇ କହିଲେ ଯେ, ସଂସ୍କାରଯୁକ୍ତ ଶିକ୍ଷା ପିଲାମାନଙ୍କୁ ଶୃଙ୍ଖଳିତ କରିଥାଏ ବୋଲି ପ୍ରକାଶ କରିଥିଲେ । ମୁଖପତ୍ର ବରଦାୟିନୀ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ସିମୂଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ମୁଖ୍ୟବକ୍ତା ଭାବେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ଶିକ୍ଷକ ସଂଘର ଜିଲା ସଭାପତି ଭାଗବତ ପ୍ରସାଦ ମହାନ୍ତି, ଓଷ୍ଟାର ବ୍ଲକ ସମ୍ପାଦକ ବିଷ୍ଣୁମୋହନ ମିଶ୍ର, ସରପଞ୍ଚ ପରିକ୍ଷିତ ମହାପାତ୍ର, ସମିତିସଭ୍ୟ ଅକ୍ଷୟ ଜେନା, ବ୍ରଜକିଶୋର ମହାନ୍ତି, ପ୍ରଧାନଶିକ୍ଷକ ଭରତ ଚନ୍ଦ୍ର ଦାସ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ପିଲାଙ୍କୁ ମଣିଷ କରିବାରରେ ପ୍ରଥମ ଗୁରୁ ଭାବେ ମା ଓ ଦିତୀୟ ଗୁରୁ ଭାବେ ବିଦ୍ୟାଳୟର ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଶେଷରେ ବିଦ୍ୟାଳୟରେ ଶିକ୍ଷାଦାନ କରିଥିବା ଶିକ୍ଷୟତ୍ରୀଶିକ୍ଷକ, କାର୍ଯ୍ୟରତ କର୍ମଚାରୀ, ପାଚିକା ସହାୟିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।