୨୪ ସକାଳେ ଭୀଷଣ ବାତ୍ୟା: ପାରାଦୀପ ଠାରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ!

ଭୁବନେଶ୍ଵର : ମାଡ଼ି ଆସୁଛି 'ଦାନା'। ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ଅବପାତ। ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାରେ ପରିଣତ ହେବ। ୨୪ ସକାଳେ ଭୀଷଣ ବାତ୍ୟାରେ ପରିଣତ ହେବ। ୨୪ ରାତି ୨୫ ତାରିଖ ସକାଳ ମଧ୍ୟରେ ପୁରୀରୁ ପଶ୍ଚିମବଙ୍ଗ ସାଗର ଦ୍ଵୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ପବନର ବେଗ ୧୦୦ ରୁ ୧୧୦ ମଧ୍ୟରେ ରହିବ। ସେହିପରି ଝଟକା ପବନର ବେଗ ସର୍ବାଧିକ ୧୨୦ ରହିବ। ଏହା ପାରାଦୀପ ଠାରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଧୀରେଧୀରେ ସ୍ଥଳଭାଗ ମୁହାଁ ହେଉଛି। ସେହିପରି ଏହା ପଶ୍ଚିମବଙ୍ଗର ସାଗର ଦ୍ଵୀପ ଠାରୁ ୭୭୦ କିମି ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ରହିଛି। ସେପଟେ ବାଂଲାଦେଶ କ୍ଷେପପୁର ଠାରୁ ୭୪୦ କିମି ଦୂରରେ ରହିଛି। ଏହା ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଧୀରେଧୀରେ ଗତି କରିବ।