ସମ୍ଭାବ୍ୟ ବାତ୍ୟାକୁ , ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ତୋରଣ ଖୋଲିବାକୁ ନିର୍ଦ୍ଦେଶ
 
                                କେନ୍ଦ୍ରାପଡ଼ା : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି। ବାତ୍ୟା ସମୟରେ ହେବାକୁ ଥିବା ଦ୍ରୁତ ପବନକୁ ନଜରରେ ରଖି କେନ୍ଦ୍ରାପଡା ଲକ୍ଷ୍ମୀପୂଜା କମିଟି ମାନଙ୍କୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ତୋରଣମାନ ଖୋଲିବାକୁ କୁହାଯାଇଛି। ସେହିପରି କେନ୍ଦ୍ରାପଡ଼ାରେ ୨୩ ତାରିଖ ସୁଦ୍ଧା ବିସର୍ଜନ ସାରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଜିଲା ପ୍ରଶାସନ ଏବଂ ପୂଜା ଅନୁଷ୍ଠାନ ମଧ୍ୟରେ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
