ସୁଭଦ୍ରାରେ ୧୫୭ ପୁରୁଷଙ୍କ ଆବେଦନ

ସୁଭଦ୍ରାରେ ୧୫୭ ପୁରୁଷଙ୍କ ଆବେଦନ

ଭୁବନେଶ୍ୱର: ମହିଳା ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି । ତେବେ ଏହି ଯୋଜନାରେ ପୁରୁଷ ବି ଆବେଦନ କରିବା ଭଳି ତଥ୍ୟ ସାମନାକୁ ଆସିଛି । ସୁଭଦ୍ରାରେ ୧୫୭ଜଣ ପୁରୁଷ ଆବେଦନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏହି ସୂଚନା ଦେଇଛନ୍ତି । ତେବେ ଆବେଦନ କରିଥିବା ସମ୍ପୃକ୍ତ ୧୫୭ଜଣ ପୁରୁଷଙ୍କୁ ବାଦ ଦିଆଯାଇଛି । ଆଧାର କାର୍ଡର ବ୍ୟାଙ୍କ ଲିଙ୍କ ଡାଟା ଆସିବା ପରେ ପୁରୁଷଙ୍କ ଆବେଦନ ସମ୍ପର୍କରେ ଜଣାପଡ଼ିଥିଲା । ଭୁଲବଶତଃ ସେମାନେ ଆବେଦନ କରିଥିବେ, ଜଣାପଡ଼ିବା ପରେ ସେମାନଙ୍କୁ ବାଦ ଦିଆଯାଇଛି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି ।