ପାଣିରେ ବୁଡି ମାଆ ଓ ପୁଅଝିଅ ମୃତ

ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର:  ବିଧିର ବିଧାନ କେ କରିବ ଆନ... । କେତେ ଖୁସିରେ ମାଆ, ପୁଅ ଓ ଝିଅ ଗାଧୋଇବା ପାଇଁ ହାତ ଧରାଧରି ହୋଇ ଗାଁ ପୋଖରୀକୁ ଯାଇଥିଲେ । ଭାବିଥିଲେ ଶୀଘ୍ର ଗାଧୋଇ ଆସିଲେ ସାଥୀ ହୋଇ ଖାଇଥାଆନ୍ତେ । ହେଲେ ଭାଗ୍ୟର ବିଡମ୍ୱନା, ଗାଧୋଇବା ବେଳେ ପୋଖରୀରେ ବୁଡିଗଲେ ଭାଇଭଉଣୀ । ଚିକôାର ଶୁଣି ଦୁଇ ଛୁଆଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ ମାଆ । ହେଲେ ସିଏ ମଧ୍ୟ ସେହି ପୋଖରୀରେ ବୁଡିଗଲେ । ଅର୍ଥାତ ହାତ ଧରାଧରି ହୋଇ ମାଆ, ଝିଅ ଓ ପୁଅ ପାଣିରେ ବୁଡିଗଲେ । ଏପରି ହୃଦୟବିଦାରକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ଘଟଗାଁ ଥାନା ପାଣୁପଶି ଗାଁର ପବନା ମହାକୁଡ଼ଙ୍କ ପନôୀ କାମିନୀ ଆଜି ପୂର୍ବାହ୍ନରେ ଦୁଇ ପୁଅ ଓ ଝିଅଙ୍କୁ ଧରି ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ । ପୋଖରୀ ତୁଠରେ କାମିନୀ ଲୁଗା ସଫା କରୁଥିଲେ । ଠିକ୍ ସେତିକି ବେଳେ  ଦୁଇ ଭାଇ ଓ ଭଉଣୀ ପୋଖରୀ ତୁଠରେ ଅଳ୍ପ ପାଣିରେ ଗାଧୋଇବା ବାହାନାରେ ଖେଳୁଥିଲେ । ତେବେ ଖେଳ ଭିତରେ କାମିନୀଙ୍କ ୭ ବର୍ଷର ପୁଅ ମିଥୁନ ଓ ୫ ବର୍ଷର ଝିଅ ସୁନୁକା ପୋଖରୀ ଭିତରକୁ ଚାଲି ଯାଇଥିଲେ । ଆଉ ବାହାରି ପାରିଲେ ନାହିଁ । ଗଭୀର ପାଣିରେ ଦୁଇ ପିଲା ବୁଡି ଯାଉଥିବା ଦେଖି ମାଆ କାମିନୀ ଉଦ୍ଧାର କରିବା ପାଇଁ ଯାଇଥିଲେ । ହେଲେ ଦୁଇ ଛୁଆଙ୍କୁ ଉଦ୍ଧାର କରିବେ କ’ଣ ସେ ଗଭୀର ପୋଖରୀରେ ବୁଡି ଯାଇଥିଲେ । ମାଆ ଓ ପୁଅଝିଅ ପାଣିରେ ବୁଡି ଯାଉଥିବା ଦେଖି ପୋଖରୀ ତୁଠରେ ଖେଳୁଥିବା ଅନ୍ୟ ଜଣେ ପୁଅ ଉଦ୍ଧାର କରିବା ପାଇଁ ଚିକôାର କରିଥିଲେ । ହେଲେ ସେତେବେଳେ ସେଠାରେ କେହି ନଥିଲେ । ପରେ ଏକ ନିଃଶ୍ୱାସରେ ଧାଇଁଲେ ଘରକୁ । ଘରେ ପହଞ୍ଚି ଜେଜେ ମାଆଙ୍କୁ ସବୁ କଥା କହିଥିଲେ । ପ୍ରାୟ ଅଧ ଘଣ୍ଟାଏରୁ ଅଧିକ ସମୟ ପରେ ଗାଁ ଲୋକେ ପୋଖରୀର ଗଭୀର ପାଣି ଭିତରୁ କାମିନୀ, ଦୁଇ ପିଲା ମିଥୁନ୍ ଓ ସୁନୁକାଙ୍କୁ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।