ବାତ୍ୟା ଆଶ୍ରୟସ୍ଥଳୀରେ ବୃଦ୍ଧାଙ୍କ ଜୀବନ ଚାଲିଗଲା

ରାଜନଗର : କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଡ଼ାଙ୍ଗମାଳ ପଞ୍ଚାୟତ ବାଣ୍ଠୁଆଳ ଗ୍ରାମର ୮୦ ବର୍ଷୀୟ ମହିଳା ହେମଲତା ନାୟକଙ୍କର ଜୟଦୁର୍ଗା କଲ୍ୟାଣ ମଣ୍ଡପରେ ୨୨ତାରିଖ ରାତିରେ ଆଶ୍ରୟ ନେଇଥିଲେ। ଗୁରୁବାର ରାତିରେ ସେ ହୃଦଘାତ ପ୍ରାଣ ହରାଇଥିବା କୁହାଯାଉଛି।

ହେମଲତାଙ୍କ ଘର ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଅନ୍ତର୍ଗତ ବେଲତଳ ଗ୍ରାମରେ ଦୀର୍ଘ ଦିନରୁ ସେ ନିଜ ପୁଅ ପାଖରେ ରହିଆସୁଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ଅନୁଧ୍ୟାନ କରୁଛି।