ରାଜସ୍ଥାନ କୋଟାରେ ଓଡ଼ିଆ ପୁଅଙ୍କ ମୃତ୍ୟୁ: ପରିବାର ଲୋକ ଆଣିଲେ ଅଭିଯୋଗ
ରାଜସ୍ଥାନ କୋଟାରେ ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଆଜି ପହଞ୍ଚିଛି ମୃତଦେହ । ମୟୂରଭଂଜ ଜିଲ୍ଲା ଖୁଣ୍ଟା ଥାନା ଟିଟିଆ ଗାଁରେ ପହଞ୍ଚିଛି ଅଭିଜିତ୍ ଗିରିଙ୍କ ମୃତଦେହ। ଆଜି ସକାଳୁ ଅଭିଜିତଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୁଣ୍ଡ କଚାଡି କାନ୍ଦୁଛନ୍ତି ମା’ । ପୁଅର ଅକାଳ ବିୟୋଗରେ ମର୍ମାହତ ହୋଇ ମା ଏବଂ ବଡ଼ମାଆ ଶବକୁ ଆଣି ମ୍ୟାଗି ଖୁଆଉଥିବା ଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ।
ଅଭିଜିତ ଗିରି କୋଟାରେ ରହି ଜେଇଇ କୋଚିଂ ନେଉଥିବା ବେଳେ ସେ ଆତ୍ମହତ୍ୟା କରିଥିବା ଖବର ପାଇଥିଲେ ପରିବାର ଲୋକେ। ପୁଅ ଭଲ ପାଠ ପଢ଼ୁଥିବା ବେଳେ ସେ ଆତ୍ମହତ୍ୟା କରି ନପାରେ। ତାକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ମୃତଦେହ ଆଣିବାକୁ ଯାଇଥିବା ଭାଇ ଏବଂ ବାପା ମଧ୍ୟ ମେସରେ ପୁଅର ଝୁଲନ୍ତା ମୃତଦେହ ଦେଖିବା ପରେ ତାକୁ ମାରି ଟାଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି କୋଟା ଥାନାରେ ।