କବି କୁମାରଙ୍କ ସ୍ୱନକ୍ଷତ୍ର ଦିବସ
ପୁରୀ : ଓଡ଼ିଆ ସାହିତ୍ୟରେ ୭୦ଦଶକରେ ଆରମ୍ଭ ହୋଇଥିବା ଅନାମ ଆନେ୍ଦାଳନର ସୂତ୍ରଧର କବି କୁମାର ମହାନ୍ତିଙ୍କ ୮୫ତମ ସ୍ୱନକ୍ଷତ୍ର ଦିବସ ଭିଆଇପି ରୋଡ଼୍ ସ୍ଥିତ ଓଡ଼ିଶା ପୋଲିସ ଅଫିସର୍ସ କ୍ଲବ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ସାହିତି୍ୟକମାନେ ଯୋଗଦାନ କରି କବି କୁମାର ମହାନ୍ତିଙ୍କ କାବ୍ୟକୀର୍ତ୍ତି ଓ ଅନାମ ଆନେ୍ଦାଳନ ସଂପର୍କରେ ଆଲୋଚନା କରିଥିଲେ । ଓଡ଼ିଆ କବିତାକୁ ସମକାଳୀନ ବାସ୍ତବତା ସହିତ ଯୋଡ଼ି ନାମହୀନ, ସିରନାମାହୀନ ଏବଂ ଛନେ୍ଦାବଦ୍ଧ କବିତା ରଚନା କରିବାକୁ ଅନାମ ଆନେ୍ଦାଳନ ଗୁରୁତ୍ୱ ଦେଇଆସିଥିଲା । କାର୍ଯ୍ୟକ୍ରମର ଆବାହକ କବି ମନୁ ଦାସ ସ୍ୱାଗତ ଭାଷଣ ଓ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଅନାମ-୨୪ ସଂଖ୍ୟା ଲୋକାର୍ପିତ ହୋଇଥିଲା । କାର୍ଯ୍ୟକ୍ରମରେ ନାରାୟଣ ପ୍ରସାଦ ସିଂ, ଡ଼. କୈଳାସ ଚନ୍ଦ୍ର ଟିକାୟତ ରାୟ, ଦିଲ୍ଲୀପ କୁମାର ସ୍ୱାଇଁ, ନେତ୍ରାନନ୍ଦ ସାମନ୍ତରାୟ, ଡ଼. ଚିତ୍ତରଂଜନ ମିଶ୍ର, ଉମାକାନ୍ତ ମହାପାତ୍ର, ଚିନ୍ମୟ ବିବେକ, ବିପିନ ବିହାରୀ ଦଳାଇ ପ୍ରମୁଖ ଅଂଶଗ୍ରହଣ କରିଥିଲେ । କବି ଶ୍ୟାମପ୍ରକାଶ ସେନାପତି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।