ବିଦୁ୍ୟତ ଆଘାତରେ ମାଆ ଓ ପୁଅଙ୍କ ମୃତୁ୍ୟ

 ଭବାନୀପାଟଣା :   କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପୋଇଗୁଡ଼ା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ବିଦୁ୍ୟତ୍ ସଂସ୍ପର୍ଶରେ ଆସି ଏକା ସାଙ୍ଗରେ ମାଆ ଓ ପୁଅଙ୍କର ମୃତୁ୍ୟ ଘଟିଛି  । ପ୍ରାପ୍ତ ସୂଚନା ଅନୁଯାୟୀ, ପୋଇଗୁଡା ଗାଁର ୨୯ ବର୍ଷୀୟ ମହିଳା ଫୁଲମତି ନାଏକ ତାଙ୍କ ୭ ମାସର ସାନ ପୁଅ ସବୀରକୁ କାଖେଇ ନିଜ ଘର କାମ କରୁଥିବା ସମୟରେ ଅଜାଣତରେ ଘରେ ଛିଣ୍ଡି ରହିଥିବା ଏକ ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଯାଇଥିଳେ  । ଫଳରେ ଘଟଣାସ୍ଥଳରେ ମାଆ ଓ  ପୁଅଙ୍କ ମୃତୁ୍ୟ ଘଟିଛି  । ଖବର ପାଇ ବିଶ୍ୱନାଥପୁର ବିଦୁ୍ୟତ ବିଭାଗର ଯନ୍ତ୍ରୀ ସନ୍ଦୀପ ଠାକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଏନେଇ ମୃତକଙ୍କ ସମ୍ପର୍କୀୟ ଲୋକେ ବିଜେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ  । ଅଭିଯୋଗ ପରେ ବିଜେପୁର ଥାନା ଏଏସ୍ଆଇଶ୍ୟାମ କୁଲସିକା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଅପମୃତୁ୍ୟ ମାମଲା ରୁଜୁ କରିଛନ୍ତି  । ଲାଞ୍ଜିଗଡ ତହସିଲଦାର ବନମାଳୀ ମେହେରଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି  । ହସ୍ତାନ୍ତର ପରେ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ମାଆ ଓ ପୁଅଙ୍କ ଅନ୍ତିମ ସଂସ୍କାର କରାଯାଇଛି  । ଏହି ଦୁଃଖଦ ଖବର ପାଇ ଲାଞ୍ଜିଗଡ ଜୋନ-୨ଜିଲ୍ଲାପରିଷଦ ସଭ୍ୟ ପରୀକ୍ଷିତ ନାଏକ, ବିଜେପୁର ସରପଞ୍ଚ ପ୍ରତିନିଧି ଟିକା ମାଝୀ, ଆମର ନାଏକ, ଇନ୍ଦ୍ର ମାଝୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଗଭୀର ଶୋକବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତିି ।