ବଜ୍ରାଘାତରେ ଯୁବକ ମୃତ
ରାଜକନିକା : ରାଜକନିକା ବ୍ଲକ ସଂଗ୍ରାମପୁର ଗାଁର ଜଣେ ଯୁବକ ବଜ୍ରାଘାତରେ ମୃତ ଘଟିଛି । ମିଳିଥିବା ସୂଚନା ମୁତାବକ ରାଜକନିକା ଥାନା ଅନ୍ତର୍ଗତ କୋଇଲିପୁର ପଞ୍ଚାୟତ ସଂଗ୍ରାମପୁର ଗାଁର ଭୁବନାନନ୍ଦ ନାୟକଙ୍କ ପୁଅ ବିକ୍ରମ କେଶରୀ ନାୟକ (୩୧)ନିଜ କର୍ମସ୍ଥଳୀରୁ ଗାଁକୁ ନିଜ ବାଇକ ଯୋଗେ ଫେରୁଥିବା ବେଳେ ସଂଗ୍ରାମପୁର ନିକଟରେ ବର୍ଷା ଯୋଗୁଁ ବଜ୍ରାଘାତ ହେବାରୁ ସେ ଆଚେତ ହୋଇ ତଳେ ପଡିଯାଇଥିଲେ । ଖବର ପାଇ ପରିବାର ଲୋକ ବିକ୍ରମଙ୍କୁ ରାଜକନିକା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏନେଇ ବିକ୍ରମଙ୍କ ସାନ ଭାଇ ବିରେନ ନାୟକ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଜକନିକା ପୁଲିସ ମେଡିକାଲରୁ ବିକ୍ରମଙ୍କ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ବିକ୍ରମ ଡବ୍ଲୁଏଚଓରେ କାର୍ଯ୍ୟ କରନ୍ତି । ବିକ୍ରମ ଘରେ ଏକମାତ୍ର ରୋଜଗାର କ୍ଷମ ପୁଅ ହୋଇଥିବା ବେଳେ ତାଙ୍କର ଅକାଳ ବିୟୋଗରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ମର୍ମାହତ ହୋଇଥିବା ଦେଖିବାକୁ ମିଳିଛି । ବିକ୍ରମ ଙ୍କ ମୃତୁ୍ୟରେ ସଂଗ୍ରାମପୁର ଗାଁରେ ଶୋକର ଛାୟା ଖେଳି ଯାଇଛି ।