୫ ମାଓବାଦୀ ଗିରଫ : ବିସ୍ଫୋରକ ସାମଗ୍ରୀ ଜବତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ୫ ମାଓବାଦୀଙ୍କୁ ଗିରଫ ସହ ବିସ୍ଫୋରକ ସାମଗ୍ରୀ ଜବତ କଲେ ଯବାନ । ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲା ଅନ୍ତର୍ଗତ ତିନୋଟି ଥାନା ଅଞ୍ଚଳ ଯଥା ମଦେଡ, ଗଙ୍ଗାଲୁର ଏବଂ ଜଙ୍ଗଲାରେ ଯବାନଙ୍କ ତଲାସୀ ଅଭିଯାନ କରାଯାଉଥିବା ବେଳେ ମୋଟ ପାଞ୍ଚ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ଏହି ମାଓବାଦୀଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ, ନକ୍ସଲ ପୋଷାକ, ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି । ଗିରଫ ମାଓବାଦୀ ମାନେ ହେଲେ ସଞ୍ଜୟ ମାରପାଲି, କମଲୁ ଓରଫ କାଲାମୁ ପୁନେମ, କୋସା ଭୋଗମ, କୋସା ତାମୋ ଏବଂ ସୋନାଧର ପୋଡିୟମ । ଏମାନେ ପୂର୍ବରୁ ବୋମା ବିସ୍ଫୋରଣ, ହତ୍ୟା, ରାସ୍ତା ଖୋଳିବା ଭଳି ବିଭିନ୍ନ ହିଂସାକାଣ୍ଡରେ ଜଡିତ ଥିଲେ । ଏହା ପରେ ଅଞ୍ଚଳରେ ଯବାନଙ୍କ ପକ୍ଷରୁ ତଲାସି ଅଭିଯାନକୁ ଆହୁରି ବଢାଇ ଦିଆଯାଇଛି ।