ପୋଖରୀରେ ବୁଡି ଜଣେ ମୃତ
ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମର ଉଲଡିହ ଗ୍ରାମ ନିକଟସ୍ଥ ପୋଖରୀରେ ଜଣଙ୍କର ଶବ ଭାଷୁଥିବାର ପୁଲିସ ଉଦ୍ଧାର କରିଥିବା ଜଣାଯାଇଛି । ଖବର ନେବାରୁ ଜଣାଗଲା ଯେ ଉଲଡିହ ଗ୍ରାମର ରେଣ୍ଟା ଟୁଡୁ (୬୫)ବୋଲି ଜଣା ପଡିଛି । ସୋମବାର ସନ୍ଧ୍ୟା ପରେ ସେ ନିଖୋଜ ରହିଥିବା ଘର ଲୋକଙ୍କ ଠାରୁ ପ୍ରକାଶ । ଗ୍ରାମର ପ୍ରାୟ ସମସ୍ତ ଙ୍କ ଘର ଖୋଜା ଖୋଜି କରାଯାଇଥିଲେ ମଧ୍ୟ ପତ୍ତା ମିଳି ନଥିଲା ।ଆଜି ସକାଳେ ଶୌଚ କରିବାକୁ ଯାଇଥିବା ଲୋକଙ୍କ ଠାରୁ ଖବର ମିଳିବା ପରେ ବୈଶିଙ୍ଗା ଥାନାକୁ ଖବର ଦିଆ ଯାଇଥିଲା । ମୃତକ ରେଣ୍ଟା ସୋମବାର ଏକ ବିବାହ ଭୋଜିରେ ଯୋଗଦେଇ ବିଳମ୍ବିତ ରାତିରେ ଫେରି ଶୌଚ ପାଇଁ ଯାଇଥିବା ବେଳେ ପାଣିରେ ବୁଡିଯାଇ ଆଉ ଉଠି ପାରି ନାହିଁ । ମୃତକ ରେଣ୍ଟାର ସ୍ତ୍ରୀ କାପୁରାର ଲିଖିତ ଅଭିଯୋଗ ଅନୁଯାଇ ବୈଶିଙ୍ଗା ପୁଲିସ ଶବ ଉଦ୍ଧାର କରିବା ପରେ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି ।