ଯୁବକଙ୍କ ଅସ୍ୱାଭାବିକ ମୃତୁ୍ୟ
ଦାନଗଦୀ : ଏହି ବ୍ଲକ ଓଲ୍ଲଳ ପଞ୍ଚାୟତର କଣ୍ଟିପୁର ଗାଁର ଅଙ୍କୁର ପେରେଇଙ୍କ ପୁଅ ବିଜୟ(୨୮)ଙ୍କ ଅସ୍ୱାଭାବିକ ମୃତୁ୍ୟ ଘଟିଛି । ବିଜୟ ଗତକାଲି ବାରଖାଇ ପାଖରେ ଥିବା କାଦଗଡିଆ ଗାଁ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲା । ସେଠାରେ ଚାଷ ଜମିରେ ଅପରାହ୍ନ ସମୟରେ କାମ କରୁଥିବା ସମୟରେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ନିକଟସ୍ଥ ଦାନଗଦୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଆଣି ଭର୍ତ୍ତି କରିଥିଲେ ହେଁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ମୃତ ବିଜୟ ଜଣେ ରୋଜଗାରିଆ ଓ ବିବାହିତ ତେଣୁ ତାଙ୍କର ମୃତୁ୍ୟ ଖବର ଗାଁରେ ଶୋକର ଛାୟା ଖେଳି ଯାଇଛି ।