କୁକର୍ମ ଅଭିଯୋଗରେ ଜଣେ ଗିରଫ

 ବାଲିଅନ୍ତା : ଧଉଳି ଥାନା ଅଧୀନ ଏକ ବସ୍ତିରେ ରହୁଥିବା ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ କୁକର୍ମ କରିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ରଣପା ଗ୍ରାମର ବାଘ ଓରଫ ଗୌର ନାୟକ । ଖବରନେବାରେ ଜଣାପଡିଛି ବାଘ ଏହି ଥାନା ଲିଙ୍ଗିପୁର ଅଞ୍ଚଳରେ ରହି ଆଖପାଖ ଗ୍ରାମରେ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । ସେହିପରି ଯୁବତୀ ଜଣଙ୍କ ଜନ୍ମରୁ ଭିନ୍ନକ୍ଷମ ଥିବା ବେଳେ ତାଙ୍କ ପରିବାର ସହ ସେହି ଅଞ୍ଚଳରେ ରୁହନ୍ତି । ଆଜି ଅପରାହ୍ନରେ ଯୁବତୀ ଜଣଙ୍କ ଘରେ ଏକୁଟିଆ ଥିବାବେଳେ ବାଘ ଏହାର ସୁଯୋଗ ନେଇ ତାଙ୍କୁ କୁକର୍ମ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରିଥିଲା । ଏନେଇ ଯୁବତୀ ଜଣଙ୍କ ଚିକôାର କରିବାରୁ ନିକଟରେ କାମ କରୁଥିବା ତାର ମା' ଆସି ବାଘକୁ କାବୁ କରିଥିଲା । ପରେ ଖବରପାଇ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ନାୟକ ସଦଳବଦଳେ ସେଠାରେ ପହଞ୍ଚି ଭିନ୍ନକ୍ଷମ ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରୀ ମାଇନା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଅଭିଯୁକ୍ତ ବାଘକୁ ପୁଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଲାଇଛି ।