ଧାନ ସଂରକ୍ଷଣ ମଣ୍ଡି ଗୃହ ଶିଳାନ୍ୟାସ

 ବାଲିଚନ୍ଦ୍ରପୁର : ଶୁକ୍ରବାର ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ଠାରେ ଅଣକା ପ୍ରାଥମିକ କୃଷି ସେବା ସମବାୟ ସମିତିର ନୂତନ ଗୃହ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବଡ଼ଚଣା ବିଧାୟକ ଅମର କୁମାର ନାୟକ ଏହାର ଭିତି ପ୍ରସ୍ତର ସ୍ଥାପନ କରିଥିଲେ । ୭୨ଲକ୍ଷ ୫୪ ହଜାର ୫୪୮ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯିବ ଏବଂ ଆସନ୍ତା ୩ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ ହେବ । ବଡ଼ଚଣାର ୧୪ଟି ପ୍ରାଥମିକ କୃଷି ସମବାୟ ସମିତିରେ ଏହିଭଳି ସମସ୍ତ ଧାନ ମଣ୍ଡି ସଂରକ୍ଷଣ ଗୃହ ନିର୍ମାଣ କରାଯିବ । ବର୍ତ୍ତମାନ ୬ ଗୋଟି ସମବାୟ ସମିତିରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା କଥା ବିଧାୟକ ପ୍ରକାଶ କରିଥିଲେ । ବାଲିଚନ୍ଦ୍ରପୁର ମୋର ଜନ୍ମମାଟି ଏହି ମାଟି ସହ ମୋର ଭାବଗତ ସମ୍ପର୍କ ରହିଛି । କୃଷି ସମବାୟ ସମିତି ସଭାପତି ନିରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତା ଓ ସୀତାନାଥ ବଳ ସାମନ୍ତଙ୍କ ସଂଯୋଜନାରେ ଆୟୋଜିତ ସଭାରେ ବାଲିଚନ୍ଦ୍ରପୁର ପଂଚାୟତ ସରପଞ୍ଚ ଅନୁପମା ବଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ତପନ କୁମାର ସେଠୀ, ସହକାରୀ ଯନ୍ତ୍ରୀ ଚକ୍ରଧର ସାହୁ, ଶିକ୍ଷାବିତ ଦାମୋଦର ମହାରଣା, ଯୁବନେତା ଅମୀୟ କୁମାର ସାହାଣୀ, ମଣ୍ତଳ ସଭାପତି ଅଶୋକ କୁମାର ସିଂହ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଣକା ସେବା ସମବାୟ ସମିତିର ସମ୍ପାଦକ ସତ୍ୟବ୍ରତ ବିଶ୍ୱାଳ, ସୁଧାଂଶୁ ଶେଖର ସାହୁ, ପୂର୍ଣ୍ଣିମା ମିଶ୍ର, ଝରଣା ଜେନା, ବିଜୟ ଲକ୍ଷ୍ମୀ ପୃଷ୍ଟି, ନିରଞ୍ଜନ ମହାନ୍ତି, କବିତା ବେହେରା, ଦିଲୀପ କୁମାର ରାଉତରାୟ ପ୍ରମୂଖ ଉପସ୍ଥିତ ରହିଥିଲେ ।