ପାଇଖାନା ଟାଙ୍କି ନେଲା ୨ ଜୀବନ
ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଶକ୍ତିନଗର କଲୋନୀରେ ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଶି କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ମୃତକ ଦ୍ୱୟ ହେଉଛନ୍ତି ରଘୁ ହାଁସଦା ଓ ମେଡ ନାଗ । ସେମାନଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ରେମ ଗାଁରେ । ଦେବଗଡ଼ ଜିଲ୍ଲାର ଜଣେ ବ୍ୟକ୍ତି ଶକ୍ତିନଗର କଲୋନୀରେ ଏକ ଘର ନିର୍ମାଣ କରୁଛନ୍ତି । ଏହି କାର୍ଯ୍ୟରେ ସେ ମୟୂରଭଞ୍ଜ ଜିଲ୍ଲାର କିଛି ଲୋକଙ୍କୁ ଶ୍ରମିକ ଭାବେ ନିୟୋଜିତ କରିଛନ୍ତି । ଆଜି ତାଙ୍କର ନିର୍ମାଣାଧୀନ ପାଇଖାନା ଟାଙ୍କି ଭିତରକୁ ଦୁଇ ଜଣ ଶ୍ରମିକ ପଶି କିଛି କାର୍ଯ୍ୟ କରୁଥିଲେ । ତେବେ ସେମାନେ ପ୍ରାୟ ଦୁଇ ଘଣ୍ଟା ଧରି ସେଠାରୁ ବାହାରି ନଥିଲେ କି ସେଠାରୁ କୌଣସି ଶବ୍ଦ ଶୁଣିବାକୁ ମିଳି ନଥିଲା ।
ସନେ୍ଦହ ହେବାରୁ ଘର ମାଲିକ ଓ ଅନ୍ୟ ଶ୍ରମିକମାନେ ପାଇଖାନା ଟାଙ୍କି ଭିତରକୁ ଦେଖିବାକୁ ଚେଷ୍ଟା କରିଥିଲେ ଏବଂ ଉଭୟ ଅଚେତ ଅବସ୍ଥାରେ ପଡିଥିବା ସେମାନେ ଦେଖିଥିଲେ । ଏନେଇ ଘର ମାଲିକ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଜେସିବି ସାହାଯ୍ୟରେ ପାଇଖାନା ଟାଙ୍କିକୁ ଭାଙ୍ଗି ସେଥିରୁ ଦୁଇ ଅଚେତ ଶ୍ରମିକଙ୍କୁ ବାହାରି କରିଥିଲେ । ସେତେବେଳେକୁ ସେମାନଙ୍କ ମୃତୁ୍ୟ ହୋଇସାରିଥିଲା । ବଅଁରପାଳ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।