ଦିଲ୍ଲୀ ଭୋଟ ଗଣତି: ବିଜେପି-୪୫, ଆପ୍‌ ୨୫, କଂଗ୍ରେସ ଶୂନ

ଦିଲ୍ଲୀ ଭୋଟ ଗଣତି: ବିଜେପି-୪୫, ଆପ୍‌ ୨୫, କଂଗ୍ରେସ ଶୂନ

 ନୂଆଦିଲ୍ଲୀ: କାହା ଭାଗ୍ୟରେ ଦିଲ୍ଲୀ? କିଏ ଗଢ଼ିବ ଦିଲ୍ଲୀରେ ସରକାର । କେଜ୍ରିୱାଲଙ୍କ ଆପ୍‌ର ଦବଦବା ଜାରି ରହିବ ନା ୨୬ ବର୍ଷ ପରେ ପୁଣି ଫେରିବ ବିଜେପି? ୧୯୯୮ରୁ ୨୦୧୩ ପର୍ୟ୍ୟନ୍ତ ୧୫ ବର୍ଷ ଧରି କ୍ଷମତାରେ ଥିବା କଂଗ୍ରେସ ଭାଗ୍ୟରେ ଏଥର ପରିବର୍ତ୍ତନ ହେବ କି? ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯାଉଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଶନିବାର ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଗଣତିରୁ ବିଜେପି ଆଗରେ ଥିବା ସୂଚନା ମିଳିଛି। ମୋଟ ୭୦ ବିଧାନସଭା ଆସନ ମଧ୍ୟରୁ ବିଜେପି ୪୫ ଆସନରେ ଆଗୁଆ ଥିବା ସୂଚନା ମିଳିଛି। ସେହିପରି ଆମ୍‌ ଆଦମୀ ପାର୍ଟି(ଆପ୍‌) ୨୫ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ସମସ୍ତ ୭୦ ଆସନରେ ପଛୁଆ ରହିଛି। ଗତ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ହୋଇଥିଲା। ବିଭିନ୍ନ ଦଳରୁ ୬୯୯ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଥିବାବେଳେ ପ୍ରାରମ୍ଭିକ ପର୍ୟ୍ୟାୟରେ ଆମ ଆଦମୀ ପାର୍ଟି ତଥା ଆପ୍‌ର ବହୁ ବଡ଼ ବଡ଼ ନେତା ପଛରେ ରହିଛନ୍ତି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ ନିଜ ନିଜ ଆସନରେ ପଛରେ ଅଛନ୍ତି। କେଜ୍ରିୱାଲ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ପରଭେଶ ବର୍ମାଙ୍କଠାରୁ ପଛରେ ଥିବାବେଳେ କାଲକାଜି ଆସନରେ ଆତିଶୀ  ବିଜେପିର ରମେଶ ବିଧୁରିଙ୍କଠାରୁ ପଛରେ ଅଛନ୍ତି।