ୟୁଜିସି ନେଟ ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ:ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ୟୁଜିସି ନେଟ ପରୀକ୍ଷା ସ୍ଥଗିତ ରଖାଯିବା ନେଇ ସୂଚନା ଦିଆଯାଇଛି। ଜାନୁଆରୀ ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରହିଛି। ପୋଙ୍ଗଲ ଓ ମକର ସଂକ୍ରାନ୍ତି ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଛି ଏବଂ ନୂଆ ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଏନଟିଏ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ତେବେ ଜାନୁଆରୀ ୧୬ରେ ହେବାକୁ ଥିବା ପରୀକ୍ଷା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ହେବ ବୋଲି ପ୍ରକାଶ କରାଯାଇଛି।