ଜିଡିପି ୨୦ ଲକ୍ଷ କୋଟି ବଢ଼ିବ : ଅଶ୍ୱିନୀ
ନୂଆଦିଲ୍ଲୀ: ଜିଏସଟି ସଂସ୍କାର କେବଳ ଭାରତୀୟ ଅର୍ଥନୀତିକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋସôାହନ ପ୍ରଦାନ କରିବ ନାହିଁ ବରଂ ସାଧାରଣ ଲୋକଙ୍କୁ ମଧ୍ୟ ବହୁତ ଲାଭ ଦେବ । ଏହାଦ୍ୱାରା ଲୋକମାନେ ଅଧିକ ସାମଗ୍ରୀ କିଣିବେ । ଯାହା ଦେଶର ଜିଡିପିରେ ୨୦ ଲକ୍ଷ କୋଟି ଟଙ୍କା ଯୋଡିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ପୂର୍ବ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରଙ୍କ ଉପରେ ବର୍ଷିଥିଲେ । କହିଥିଲେ ଯେ ତାଙ୍କ କାର୍ଯ୍ୟକାଳରେ ଟିକସର "ଭାରି ବୋଝ’ ଲୋକଙ୍କ ଜୀବନକୁ ନକାରାତ୍ମକ ଭାବରେ ପ୍ରଭାବିତ କରିଥିଲା । ୨୦୧୪ ପୂର୍ବରୁ ପ୍ରତ୍ୟେକ ଜିନିଷ ଉପରେ ବହୁବିଧ କରର ଏକ ଜଟିଳ ବ୍ୟବସ୍ଥା ଲାଗୁ ହୋଇଥିଲା । ଯାହା ବିଶେଷକରି ସାଧାରଣ ଓ ମଧ୍ୟବିତ୍ତ ପରିବାର ଉପରେ ଭାରୀ ବୋଝ ପକାଇଥିଲା । ସେ ଆହୁରି କହିଛନ୍ତି ଯେ ଭାରତର ଜିଡିପି ପ୍ରାୟ ୩୩୦ ଲକ୍ଷ କୋଟି ଟଙ୍କା, ଯାହା ମଧ୍ୟରୁପ୍ରାୟ ୨୦୨ ଲକ୍ଷ କୋଟି ଟଙ୍କା ଲୋକଙ୍କ ବ୍ୟବହାର ସାମଗ୍ରୀରୁ ଆସେ । ସେ ଆହୁରି କହିଛନ୍ତି ଯେ ଜିଏସଟି ସଂସ୍କାର ପରେ, ବ୍ୟବହାର ସାମଗ୍ରୀ ୧୦% ବୃଦ୍ଧି ପାଇବାର ଆଶା କରାଯାଉଛି, ଯାହା ଦ୍ୱାରା ଦେଶର ଜିଡିପି ରେ ୨୦ ଲକ୍ଷ କୋଟି ଟଙ୍କା ଯୋଡାଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପ୍ରମୁଖ ଉପହାର ଭାବରେ ଜିଏସଟି ସଂସ୍କାରକୁ ବର୍ଣ୍ଣନା କରି ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମଧ୍ୟବିତ୍ତ ପରିବାରକୁ ଲାଭ ଦେବା ପାଇଁ ଜିଏସଟିରେ ଐତିହାସିକ ସଂସ୍କାର ଆଣିଛନ୍ତି । ଯେପରି ଆୟକରରେ ଏକ ପ୍ରମୁଖ ସଂସ୍କାର ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ମଧ୍ୟବିତ୍ତ ପରିବାରକୁ ଆଶ୍ୱସ୍ତି ପ୍ରଦାନ କରିଥିଲା ଏବେ ଜିଏସଟିରେ ବ୍ୟାପକ ସଂସ୍କାର ମାଧ୍ୟମରେ ପ୍ରଧାନମନ୍ତ୍ରୀ ମଧ୍ୟବିତ୍ତ ପରିବାରକୁ ଏକ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଉପହାର ଦେଇଛନ୍ତି ବୋଲି ସେ କହିଛନ୍ତି ।