ରାସ୍ତାରେ ଡ୍ରେନ୍ ପାଣି, ହନ୍ତସନ୍ତ ପଥଚାରୀ


ତାଳଚେର: ତାଳଚେର ପୌରପରିଷଦ ଅନ୍ତର୍ଗତ ମଦନମୋହନ ସିନେମା ହଲ ଛକ ଠାରୁ ମଣ୍ଡାପାଳକୁ ଯାଇଥିବା ମୁଖ୍ୟରାସ୍ତା ପାଶ୍ୱର୍ରେ ରହିଥିବା ଡ୍ରେନଟିକୁ କୌଣସି କାରଣରୁୁ କେହି କାଟି ଦେଇଥିବାରୁ ଡ୍ରେନର ଆବର୍ଜନା ପାଣି ରାସ୍ତାରେ ସୁଅ ଛୁଟୁଛି । ଏହି ରାସ୍ତା ଉପରେ ଶହଶହ ଅଞ୍ଚଳବାସୀ ସମେତ ଚିକିତ୍ସାଳୟକୁ ଚିକତ୍ସିତ ହେବାକୁ ରୋଗୀ ଓ ପରିବାର ଲୋକେ ଚଳପ୍ରଚଳ କରିଥାନ୍ତି । ଡ୍ରେନର ପଚାସଢ଼ା ଆବର୍ଜନା ପାଣି ରାସ୍ତା ଉପରେ ସୁଅ ଛୁଟିବାରୁ ଦୁର୍ଗନ୍ଧରେ ନାକ ଫାଟିପଡ଼ିବା ସହିତ  ଗାଡ଼ିମଟର ଯାତାୟତ କଲେ ଏହି ଆବର୍ଜନା ପାଣି ଓ କାଦୁଅ ଲୋକଙ୍କ ଉପରେ ପଡୁଛି ବୋଲି ଅଭିଯୋଗ ହେଉଛି । ଯାହାକୁ ନେଇ ପଥଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।