ରେଭେନ୍ସା ଅନୁଭୂତି ନେଇ କହିଲେ ରାଷ୍ଟ୍ରପତି
ଭୁବନେଶ୍ୱର : ରେଭେନ୍ସାରେ ମହାମହିମ ରାଷ୍ଟ୍ରପତି। ରାଷ୍ଟ୍ରପତି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିଛନ୍ତି। ରେଭେନ୍ସା ଅନୁଭୂତି ନେଇ ସେ କହିଛନ୍ତି, ମୋ ଝିଅ ଏଠି ୨ ବର୍ଷ ପାଠ ପଢ଼ିଲା ବେଳେ ମୁଁ ହଷ୍ଟେଲକୁ ଆସିଥିଲି। ଏହା କେବଳ ଇଟା ସିମେଣ୍ଟରେ ଗଢ଼ା ନୁହେଁ, ଏକ ଶାଳଗ୍ରାମ। ଏହା ଭାରତ ଇତିହାସ ସହ ଯୋଡ଼ି ହୋଇ ରହିଛି। ଗତ ଦୁଇ ବର୍ଷ ହେଲା ଝିଅମାନେ ରେଭେନ୍ସାରେ ସଫଳତାର ଆଗରେ ରହିଛନ୍ତି। ପୁଅମାନଙ୍କ ଠାରୁ ଝିଅମାନଙ୍କୁ ଅଧିକ ସଫଳତା ପରିବର୍ତ୍ତନର ପ୍ରମାଣ ଦିଏ ବୋଲି ସେ କହିଛନ୍ତି। ମଧୁ ବାବୁଙ୍କ ଦ୍ବାରା ନିର୍ମିତ ଜୋତା କାରଖାନାର ଉଦାହରଣ ରଖିବା ସହ କହିଲେ ଯେଉଁ କର୍ମକ୍ଷେତ୍ରରେ ଥିଲେ ବି ଅନୁଷ୍ଠାନକୁ ଭୁଲି ପାରିବା ନାହିଁ।୧୩ତମ ସମାବର୍ତ୍ତନ ଉତ୍ସବ ଅବସରରେ କୃତି ଛାତ୍ରଛାତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଉପାଧି ପ୍ରଦାନ କରିଛନ୍ତି ମହାମହିମ। ଏହି ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ହରିବାବୁ କମ୍ବମପାଟି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇଛନ୍ତି।
 
 Rasmita Behera
                                    Rasmita Behera                                 
    
             
    
             
    
             
    
             
    
 
    
 
 
 
