ବନ୍ଦ ରହିବ FM କଲେଜ
ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଘୋଷଣା କରିଥିଲା ବେଳେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ଏହି ସମୟରେ ଆଜି ଦିନକ ପାଇଁ FM କଲେଜ ବନ୍ଦ ଘୋଷଣା କରାଯାଇଛି। କ୍ଲାସ ସସପେଣ୍ଡ ହୋଇଛି। ଯୁକ୍ତ ୩ ଆଡମିଶନ ଚାଲିଥିବାରୁ ନିରାଶ ହୋଇ ଛାତ୍ରୀଛାତ୍ର ଫେରିଛନ୍ତି। ଆଡମିଶନ ପାଇଁ ଆଉ ଏକ ଡେଟ ମିଳିବ କହିଛନ୍ତି ପ୍ରିନ୍ସିପାଲ।