ଟ୍ରେନ ଟ୍ରାଜେଡି: ରାଷ୍ଟ୍ରପତିଙ୍କ ଶୋକ

ଟ୍ରେନ ଟ୍ରାଜେଡି: ରାଷ୍ଟ୍ରପତିଙ୍କ ଶୋକ

ନୂଆଦିଲ୍ଲୀ:  ପଶ୍ଚିମବଙ୍ଗର ଦାର୍ଜିଲିଂ ଟ୍ରେନ ଦୁର୍ଘଟଣାରେ ଉଦ୍ଧାର ଅପରେସନ ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ଓ ୩୦ରୁ ଅଧିକ ଆହତ ଯାତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ମାଲବାହୀ ଟ୍ରେନର ଲୋକୋପାଇଲଟ ଓ ସହକାରୀ ଲୋକୋପାଇଲଟଙ୍କ ସହ ଏକ୍ସପ୍ରେସ ଟ୍ରେନର ଜଣେ ଗୁଡ୍ସ ଗାର୍ଡ ରହିଥିବା ରେଳବାଇ ସ୍ପଷ୍ଟ କରିଛି । ଅଘଟଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି ।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଘଟଣାରେ ଶୋକବ୍ୟକ୍ତ କରିବା ସହ ଟ୍ବିଟ୍‌ କରି ଆହତଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଓଡ଼ିଶା ସ୍ପଷ୍ଟ ନୁ୍ୟଜ ଏପରି ସମୟରେ ତାଙ୍କ ସମବେଦନା ପୀଡିତ ପରିବାର ସଦସ୍ୟଙ୍କ ରହିଛି ଓ ଯଥାଶୀଘ୍ର ଉଦ୍ଧାର ଅପରେସନ ଶେଷ ବୋଲି ମଧ୍ୟ କହିଛନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଘଟଣରେ ଶୋକ ପ୍ରକାଶ କରିବା ସହ ପୀଡିତ ପରିବାରକୁ ସମବେଦନା ଜଣାଇଛନ୍ତି । ସେ ଉଦ୍ଧାର କାର୍ୟ୍ୟ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣାସ୍ଥଳକୁ ଗସ୍ତ କରିଥିବା ମଧ୍ୟ ପ୍ରଧାନମନ୍ତ୍ରୀ ଟ୍ବିଟରେ ସୂଚନା ଦେଇଛନ୍ତି ।