ଏଥର ସିସିଟିଭି ଜଗିବ ପୂଜାମଣ୍ଡପ

କନ୍ଧମାଳ ଜିଲା ପୋଲିସ ପୂଜା ଉପଲକ୍ଷେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଶାନ୍ତିଶୃଙ୍ଖଳାର ସହ ପୂଜା ସମାପନ ହେବା ନେଇ ଏଥର ଜିଲାର ସମସ୍ତ ପୂଜାମଣ୍ଡପରେ ସିସିଟିଭି ଲାଗିବାକୁ ପୋଲିସ ପ୍ରଶାସନ ନିଷ୍ପତ୍ତି ନେଇଥିବା କନ୍ଧମାଳ ଏସ୍ପି ହରିଶ ବିଶି କହିଛନ୍ତି। ସେ କହିଛନ୍ତି, ଦାରିଙ୍ଗବାଡ଼ିରେ ହେବାକୁ ରହିଥିବା ଦଶହରା ପୂଜା ଓ ଗଜଲଷ୍ମୀ ପୂଜା ମଣ୍ଡପରେ ଲାଗିବ ସିସି କ୍ୟାମେରା ଏନେଇ ପୂଜା କମିଟିର କର୍ମକର୍ତ୍ତାଙ୍କୁ ଡିଏସପି ତଥା ଦାରିଙ୍ଗବାଡ଼ି ଥାନା ଅଧିକାରୀ କନକ ମାଝୀ ନିର୍ଦ୍ଦେଶ ଦେଉଛନ୍ତି। ସିସି କ୍ୟାମେରା ମଣ୍ଡପ ଭିତରେ ଯେଉଁଠି ମୃଣ୍ମୟ ମୂର୍ତ୍ତି ପୂଜା ପାଉଛନ୍ତି ସେଠି କ୍ୟାମେରା ଖଞ୍ଜା ଯିବା ସହ ମଣ୍ଡପ ବାହାରେ ମଧ୍ୟ କ୍ୟାମେରା ଲାଗିବ ଏହା ଦ୍ୱାରା ଶୃଙ୍ଖଳିତ ଦର୍ଶନ ହେବା ସହ ବିଶେଷ କରି ମହିଳାମାନଙ୍କ ସାମାଜିକ ସୁରକ୍ଷାକୁ ପୋଲିସ କଡ଼ାକଡ଼ି ଭାବେ ପଦକ୍ଷେପ ନେଉଥିବା ଜଣାପଡ଼ିଛି। ବିଭିନ୍ନ ଛକରେ ପୋଲିସ ଅଫିସର ନିୟୋଜିତ କରାଯିବା ସହ ସଶସ୍ତ୍ର ପୋଲିସ ବାହିନୀ ଲୋକଙ୍କୁ ସୁରକ୍ଷା ଦେବେ ଦାରିଙ୍ଗବାଡ଼ିର ଚାରି ଛକରେ ଦୁର୍ଗାପୂଜା ବଡ଼ ଧୂମ୍ଧାମରେ ପାଳନ ହେବାକୁ ରହିଥିବା ବେଳେ ଦୁର୍ଗା ପୂଜା ସରିବା ପରେ ଗଜଲଷ୍ମୀ ପୂଜା ସେହି ସ୍ଥାନରେ ପାଳନ ହେବାକୁ ରହିଛି ସେହିପରି ଦାରିଙ୍ଗବାଡ଼ିର ଅନ୍ୟ ସ୍ଥାନ ତୁଡୁକିବାଡ଼ି ସାହିରେ ମଧ୍ୟ ଚଳିତ ଥର ଗଜଲକ୍ଷ୍ମୀ ପୂଜା ମହା ଆଡ଼ମ୍ବରରେ ହେବାକୁ ରହିଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଇଛି। ସେହିପରି ସିମନବାଡ଼ିରେ ମଧ୍ୟ ଚଳିତଥର ୩୭ ତମ ଦୁର୍ଗାପୂଜା ହେବାକୁ ଯାଉଛି। ଏଥି ପାଇଁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ପୋଲିସ ଅଫିସର ଅର୍ଜୁନ ଶବରଙ୍କ ନେତୃତ୍ୱରେ ସଶସ୍ତ୍ର ପୋଲିସ ବାହିନୀ ପୂଜା ମଣ୍ଡପ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ନିୟୋଜିତ ହୋଇଥିବା ଡିଏସ୍ପି କହିଛନ୍ତି। ସେଠାରେ ମଧ୍ୟ ସିସି କ୍ୟାମେରା ବ୍ୟବସ୍ଥା କରାଯିବା ସହ ରାତି ୧୦ଟା ପରେ ସମସ୍ତ ପୂଜା ମଣ୍ଡପରେ ଶବ୍ଦ ପ୍ରଦୂଷଣକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପୂଜା କମିଟି ପୋଲିସର ନିର୍ଦ୍ଦେଶକୁ ଅବମାନନା କରିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏସ୍ପି କନକ ମାଝୀ କହିଛନ୍ତି।