ସରପଞ୍ଚଙ୍କ ମାରାଥନ ଉଦ୍ଘାଟନ ଓ ଶିଳାନ୍ୟାସ
ପାରାଦୀପ : ପାରାଦୀପ ଗଡ ଗ୍ରାମ ପଞ୍ଚାୟତର ପୂର୍ଣ୍ଣ ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ସରପଞ୍ଚ ସସ୍ମିତା ବେହେରା । ଏହି ପଞ୍ଚାୟତର ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟ ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ହେବା ପରେ ପଞ୍ଚାୟତର ବିକାଶ ଦିଗୁଣିତ ହୋଇଛି । ଏହି ପରିପ୍ରେକ୍ଷୀରେ ପାରାଦୀପ ଗଡ ଗ୍ରାମରେ ୱାର୍ଡ ନଂ ୫ ଓ ୬ରେ ଦୀର୍ଘ ବର୍ଷ ହେବ ବର୍ଷା ଦିନେ ଓ ଅଦିନିଆ ବର୍ଷା ହେବା ଦ୍ୱାରା ଜଳ ନିସ୍କାସନ ପାଇଁ କୌଣସି ବାଟ କିମ୍ବା ସୁବିଧା ନଥିବାରୁ ଦୁଇ ୱାର୍ଡÿ ବାସୀ ଓ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଉକ୍ତ ଅସୁବିଧାକୁ ଉପଲବ୍ଧି କରି ସରପଞ୍ଚ ଶ୍ରୀମତୀ ବେହେରା ଜଳ ନିସ୍କାସନ ପାଇଁ ପାଇପ୍ ଲାଇନ୍ ଡ୍ରେନ ନିର୍ମାଣ କରିବା ଦ୍ୱାରା ବହୁ ଦିନର ସମସ୍ୟା ଦୂର ହୋଇ ପାରିଛି । ଏହି ଅବସରେ ଏକ ସ୍ୱତନ୍ତ୍ର ଉସôବ ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ବେହେରା ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥଲେ । ସେହିପରି ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଚୂନବେଲାରି ଗ୍ରାମରେ "ମା କେନ୍ଦୁଆଣି ମନ୍ଦିର’ ପୀଠରେ ଆନନ୍ଦ ବଜାର/ଭୋଗ ମଣ୍ଡପ ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ସଞ୍ଜୟ କୁମାର ବେହେରା, ଚନ୍ଦ୍ରଶେଖର ଚୌଧୁରୀ, ଦେବଦୁର୍ଲଭ କର, ଶୁକଦେବ ତରାଇ, ଲିପୁନ୍ ବେହେରା, ବାପିନା ପଣ୍ଡା, ଫୁଲ ସାହୁ, ଲୋକନାଥ ବେହେରା, ୱାର୍ଡ ସଭ୍ୟା ନଳିନୀ ପ୍ରଭା ସାହୁ, ବିଚିତ୍ର ପ୍ରଧାନ, ସତ୍ୟଭମା ସ୍ୱାଇଁ, ରେବତୀ ସ୍ୱାଇଁ, ଚନ୍ଦ୍ରକାନ୍ତ ସ୍ୱାଇଁ, ଟିକି ଜେନା, ସଚ୍ଚିଦାନନ୍ଦ ମହାପାତ୍ର, କଳ୍ପନା ଦାସ, ସଙ୍ଗୀତା ବେହେରା, ସୁଜାତା ବେହେରା, ବିକ୍ରମ ସାହୁ ପ୍ରମୁଖ ଯୋଗ ଦେଇଥେିଲ ।