ବସ୍ ଅଟକାଉଛି ପୁଲିସ: ଭକ୍ତ

ଭୁବନେଶ୍ୱର : ବିଧାନସଭା ଘେରାଉ ପାଇଁ ଆସନ୍ତାକାଲି କଂଗ୍ରେସ ଗଣ ଆନେ୍ଦାଳନ ଡାକରା ଦେଇଥିବା ବେଳେ ଏହାକୁ ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଏହି ଭିଡିଓରେ ସେ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ସମ୍ମିଳିତ ଭାବେ ଆନେ୍ଦାଳନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ସେହିପରି ଝାରସୁଗୁଡ଼ା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଲିସ୍ ବସ୍ ଏବଂ ଅନ୍ୟ ଯାନ ଯୋଗେ ଆସୁଥିବା କଂଗ୍ରେସ ଦଳୀୟ ମୁଖ୍ୟଙ୍କ ସମେତ ଅ୍ୟ କର୍ମକର୍ତ୍ତାଙ୍କୁ ବେଆଇନ ଭାବେ ଅଟକ ରଖିଥିବାରୁ ସେମାନଙ୍କୁ ତୁରନ୍ତ ଛାଡ଼ିବା ପାଇଁ ସେ ରାଜ୍ୟ ପୁଲିସ୍ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଯଦି ପୁଲିସ୍ ସେମାନଙ୍କୁ ନ ଛାଡ଼େ ତେବେ ସାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବ, ଆଉ ଏଥିପାଇଁ ପୁଲିସ ଦାୟୀ ରହିବ ବୋଲି ସେ ଚେତାବନୀ ଦେଇଛନ୍ତି । ସଂଘବଦ୍ଧ ଭାବେ ଏହି ଆନେ୍ଦାଳନରେ ସାମିଲ ହେବାକୁ ସେ ସମସ୍ତ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ଅନ୍ୟାୟ ବିରୁଦ୍ଧରେ ଏହି ଲଢ଼େଇ ଆଗକୁ ଆହୁରି ତୀବ୍ରତର କରାଯିବାକୁ ଥିବା ବେଳେ ଏହା ଆରମ୍ଭ ମାତ୍ର ବୋଲି ସେ କହିଛନ୍ତି । ତେଣୁ କୌଣସି ଜାଗାରେ ଅଟକ ରହିଲେ ବରିଷ୍ଠ କର୍ମକର୍ତ୍ତାଙ୍କୁ ଫୋନ୍ ଯୋଗେ ଜଣାଇବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।