ଏଥର ହାଟସାହି ରେ ଚମକିବ ରାୟପୁରର ଧମାଲ ବାଜା
ଭୁବନେଶ୍ୱର: ଧରାପୃଷ୍ଠକୁ ଆସିଛନ୍ତି ମା, ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ । ଚାରିଆଡେ ପାର୍ବଣର ମହକ ଆରମ୍ଭ ହୋଇଯାଇଛି ଖୁସିର ମାହୋଲ । ସ୍ଥାନୀୟ କlରିଗରଙ୍କୁ ନେଇ ମୂର୍ତ୍ତି ଗଢିବା ଠାରୁ ଆରମ୍ବକରି ତୋରଣ ନିର୍ମାଣ ସହ ଆଲୋକମାଳା ରେ ସଜେଇ ହୋଇଛି ଦେବି ମଣ୍ଡପ, ପୁରୁଣା ଭୁବନେଶ୍ୱରର ହାଟସାହି ଦୁର୍ଗାପୂଜା ବହୁ ପୁରାତନ, ପୂଜାସମିତିର ୪୦୦ ସହ ସଭ୍ୟଙ୍କ ସହଯୋଗରେ ପୂଜା ଶୁଙ୍ଖଳିତ ଭାବେରେ ପାଳିତ ହୋଇଆସୁଛି । ଏଠାରେ ମହାଅଷ୍ଟମୀରେ ଆମିଷ ଭୋଗ ଲାଗି ହୋଇଥାଏ । ଉକ୍ତ ଭୋଗକୁ କମିଟିର ସମସ୍ତସଭ୍ୟ ଓ ଭକ୍ତ ମାନଙ୍କୁ ବଣ୍ଟାଯାଏ, ଏହା ବତୀତ ପ୍ରତି ବର୍ଷ ସମିତିର ୫ଜଣ ସଭ୍ୟଙ୍କୁ ସମ୍ବର୍ଦ୍ଧନା କରାଯାଇଥlଏ । ମା ଙ୍କ ଅଳଙ୍କାର ଚାନ୍ଦିରେ ନିର୍ମାଣ ହୋଇଛି । ଚଳିତ ବର୍ଷ ପୂଜା ରେ ୧୦ ଲକ୍ଷ ଟଙ୍କା ଖର୍ଚ କରା ଯାଉଛି । ଭସାଣି ଉତ୍ସାବକୁ ଅଧିକ ଆକର୍ଷଣ କରିବାପାଇଁ କମିଟି ତରଫୁରୁ କଟକରୁ ବ୍ୟଣ୍ଡ ପାର୍ଟି, ସୋନପୁରରୁ ଘଂଣ୍ଟ, ଝୁନାଗଡ଼ର ମାଦଳ ବାଜା,କେଉଁଝରର କଳସ, ଭାଞ୍ଜନଗରର ଘୋଡା ନୃତ୍ୟ , କୋରାପୁଟର ସିଂହ ବାଜା, ଶୋଭା ଯାତ୍ରାରେ ପରିବେଷଣ କରିବାକୁ ସ୍ଥିର ହୋଇଥିବା କମିଟିର ସଭାପତି ରାଜେନ୍ଦ୍ର ସମର୍ଥ ସମ୍ପାଦକ ବିଜେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।