ବିରୋଧୀ ଦଳଭାବେ ବିଜେଡି କେବେ ପଛଘୁଞ୍ଚା ଦେବନି: ଦେବୀପ୍ରସାଦ ମିଶ୍ର
ଭୁବନେଶ୍ୱର: ଓଡିଶାବାସୀଙ୍କ ହିତ ପାଇଁ ସମ୍ପୂର୍ଣ୍ଣ ସମର୍ପିତ ବିଜେଡି। ୧୯୯୭ରୁ ଗଠନ ହେବା ଦିନଠାରୁ ଓଡ଼ିଶାର ସ୍ବାର୍ଥ ପାଇଁ ସଂଗ୍ରାମ ଜାରି ରଖିଛି ଦଳ । ଏହାରି ଭିତରେ ନିର୍ବାଚନ ଆସିଛି ଆଉ ଯାଇଛି । ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ଯେତିକି ତତ୍ପର ଥିଲେ ବିରୋଧୀ ଦଳ ନେତା ସମୟରେ ବି ଠିକ ସେତିକି ତତ୍ପର । ପ୍ରତ୍ୟେକ ଦିନ ଓଡ଼ିଶାର ବିକାଶ ରଥକୁ କିପରି ଆଗେଇବ ନେଇହେବ ଓ ଓଡ଼ିଶାବାସୀଙ୍କ ସମସ୍ୟା ଦୂର ହେବ ସେଦିଗରେ କାମ କରୁଛନ୍ତି । ନବୀନ ନିବାସରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ ବହୁ ଉପାଦେୟ ପରାମର୍ଶ ଦେଉଛନ୍ତି ।
ବିରୋଧୀ ଦଳଭାବେ ବିଜେଡି କେବେ ପଛଘୁଞ୍ଚା ଦେବନି ବୋଲି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ଲୋକଙ୍କ ବିକାଶ ସବୁବେଳେ ବିଜେଡିର ମୂଳ ଏଜେଣ୍ଡା ଥିଲା ଓ ରହିବ ବୋଲି ସେ ଯୁକ୍ତି ବାଢିଛନ୍ତି । ଦଳର ଛାମୁଆ ସଂଗଠନ ବୈଠକ କରି ଜନସେବାକୁ ଜାରି ରଖିବା ପାଇଁ ନବୀନ ଗୁରୁମନ୍ତ୍ର ଦେବା ସହ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନେଇଥିବା ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ।ଜନସେବା ସହ ଦଳୀୟ ସଂଗଠନ ଉପରେ ମଧ୍ୟ ଫୋକସ କରିଛନ୍ତି ବିଜେଡି ସୁପ୍ରିମୋ। ଶଙ୍ଖ ଭବନରେ ବିଭିନ୍ନ ଜିଲ୍ଲା ସଂଗଠନର ସମୀକ୍ଷା କରିବା ସହ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ମଜଭୂତ କରିବାକୁ ନେତାଙ୍କୁ ପରାମର୍ଶ ଦେଇଛନ୍ତି । ପୂଜା ପରେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ସ୍ଥାନରେ ସଭା ସମିତି କରିବାକୁ ବିଜେଡି ବଡ଼ ପ୍ଲାନ କରିଛି । ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ଆଗକୁ ଜୋରଦାର ଲଢେଇ କରିବାକୁ ଦଳ ସଜବାଜ ଆରମ୍ଭ କରିଛି ।ସଶକ୍ତ ବିରୋଧୀ ଦଳ ଭାବେ ବିଜେଡ଼ି ପୋଲାଭରମ, ମହାନଦୀ, କୋଟିଆ ଠାରୁ ଆରମ୍ଭ ରାଜ୍ୟ ସ୍ବାର୍ଥ ଥିବା ବଡ଼ବଡ଼ ପ୍ରସଙ୍ଗକୁ ମୁଦ୍ଦା କରିଛି । ଓଡ଼ିଶାର ଦାବିପୂରଣ କରିବାକୁ ବିଜେଡି ସଂଗ୍ରାମ ଜାରି ରଖିଛି । ଆଗକୁ ପଲ୍ଲୀରୁ ଦିଲ୍ଲୀ ଯାଏ ଲଢେଇକୁ ଜୋରଦାର କରିବାକୁ ଦଳ ଲମ୍ବା ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ।