ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ : ପରକୀୟା ପ୍ରୀତି ସନ୍ଦେହରେ ତାଙ୍କ ପତ୍ନୀଙ୍କୁ ଇଟାରେ ପିଟି ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ ଥାନା ଭବାନୀପୁର ରଜାମୁଣ୍ଡାରେ । ଇଟାରେ ଛେଚି ଛେଚି ସ୍ତ୍ରୀକୁ ହତ୍ୟା କରିଥିବା ଜଣାଯାଇଛି । ଅଭିଯୁକ୍ତ ମଙ୍ଗଲ ଓରାମଙ୍କୁ ପୋଲିସ ଗିରଫ କରିଛି । ଏହି ମାମଲାରେ ଅଭିଯୁକ୍ତ ସ୍ୱାମୀଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତ ହେଲେ ମଙ୍ଗଳ ଓରାମ ଓ ମୃତକଙ୍କ ନାମ ଏମେନ୍ ଓରାମ ।
ସୂଚନା ଅନୁଯାୟୀ, ମଙ୍ଗଲ ତାଙ୍କ ପତ୍ନୀଙ୍କ ଅବୈଧ ସମ୍ପର୍କ ଥିବା ସନ୍ଦେହ କରି ହତ୍ୟା ହୋଇଥିବା ସ୍ପଷ୍ଟ ହୋଇଛି । ସେ ତାଙ୍କ ଘର ପାଖରେ ଥିବା ଏକ ଇଟା ଭାଟି ନିକଟରେ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ । ଅଭିଯୁକ୍ତ ସ୍ୱାମୀ ଅଭିଯୁକ୍ତ ମଙ୍ଗଳ ଓରାମକୁ ଗିରଫ କରିବା ପରେ ଟାଉନ ଥାନା ପୁଲିସର ତଦନ୍ତ ଜାରି ରହିଛି । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।