ଆଫଗାନିସ୍ତାନରେ ଭୂକମ୍ପ : ୭୦୦ରୁ ଅଧିକ ମୃତ, ୧୫୦୦ ରୁ ଅଧିକ ଆହତ

ଆଫଗାନିସ୍ତାନରେ ଭୂକମ୍ପ : ୭୦୦ରୁ ଅଧିକ ମୃତ, ୧୫୦୦ ରୁ ଅଧିକ ଆହତ

 ଆଫଗାନିସ୍ତାନ :  ଆଫଗାନିସ୍ତାନରେ ଅଧ ରାତିରେ ଭୟଙ୍କର ଭୂକମ୍ପ । ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ସୂଚନା । ଆଫଗାନିସ୍ତାନର ଦକ୍ଷିଣ-ପୂର୍ବ ଅଞ୍ଚଳ କୁନର ଅଞ୍ଚଳରେ ୬ ଦଶମିକ ୩ ତିବ୍ରତାରେ ଭୁମିକମ୍ପ ଅନୁଭୁତ ହୋଇଛି । ଯାହାର ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି । ଏବେବି ଅନେକ ଲୋକଙ୍କ ପତ୍ତା ମିଳୁନଥିବା ବେଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଶତାଧିକ ଲୋକଙ୍କ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର ପାଇଁ ହେଲିକପ୍ଟର ମୁତୟନ କରାଯାଇଛି । ଭୁକମ୍ପର ଗଭିରତା ୮ କିଲୋମିଟର ପର୍ଯ୍ୟନ୍ତ ରହିଛଇ । ଗତକାଲି ରାତି ପ୍ରାୟ ୧୧ଟା ୪୭ ମିନିଟ ସମୟରେ ଭୁକମ୍ପ ହୋଇଛି । ଏବେବି ମାଟି ତଳେ ଅନେକ  ଲୋକ ରହିଥିବା ସୂଚନା ମଳିଛି । ଜଲାଲବାଦରୁ ୨୭ କିଲୋମିଟର ପୂର୍ବ-ଉତ୍ତର ପୂର୍ବ ଦିଗରେଏହାର କେନ୍ଦ୍ର ସ୍ଥଳ ରହିଥିଲା । ଭୂକମ୍ପର ଝଟକା ଏତେ ତୀବ୍ର ଥିଲା ଯେ,  ପାକିସ୍ତାନ ସହ ଦିଲ୍ଲୀ ଏନସିଆର ଓ ନୋଏଡାରେ ବି ଝଟକା ଅନୁଭୂତ ହୋଇଛି । କନକ ନ୍ୟୁଜକୁ ଆଫଗାନିସ୍ତାନର  ପ୍ରବାସୀ ମନ୍ତ୍ରାଳୟର ମୁଖପାତ୍ର ଅବଦୁଲ ମୁତାଲିବ କହିଛନ୍ତି, କୁନାର ଜିଲ୍ଲାର ଅଧିକ ଗ୍ରାମ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ।