ଆୟୁଷ ହସ୍ପିଟାଲରେ ମିଳିବ ନିଦାନ ସେବା
ଭୁବନେଶ୍ୱର: ଆୟୁଷ ହସ୍ପିଟାଲ ଓ ଡିସପେନସାରୀରେ ମିଳିବ ନିଦାନ ସେବା। ପ୍ରଥମ ଥର ପାଇଁ ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସାରେ ଏହି ସେବା ମିଳିବ। ରାଜ୍ୟର ୯ଟି ମେଡିକାଲ କଲେଜରେ ଏହି ସେବା ମିଳିବ। ସୂଚନାନୁଯାୟୀ, ୧୧ ଶହରୁ ଅଧିକ ଡିସପେନସାରୀରେ ମିଳିବ ନିଦାନ ସେବା। ଏନେଇ ସୂଚନା ଜାରି କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।