ରାୟ ବିରୋଧରେ ଆବେଦନ ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ଅନୁମତି


କୋଲକାତା: ଆରଜି କର ହସ୍ପିଟାଲ ଟ୍ରେନି ମହିଳା ଡାକ୍ତର କୁକର୍ମ  ଓ ହତ୍ୟା ମାମଲାରେ ସଞ୍ଜୟ ରାୟକୁୁ ମୃତୁ୍ୟ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ସିଆଲଦା କୋର୍ଟ ରାୟ ବିରୋଧରେ ଆବେଦନ କରିବାକୁ କୋଲକାତା ହାଇକୋର୍ଟ ମଙ୍ଗଳବାର ପଶ୍ଚିମବଙ୍ଗ ସରକାରଙ୍କୁ ଅନୁମତି ଦେଇଛନ୍ତି । ଆଡଭୋକେଟ ଜେନେରାଲ କିଶୋର ଦତ୍ତ ଜଷ୍ଟିସ ଦେବାଂଶୁ ବାସକଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ଦ୍ୱାରସ୍ଥ ହୋଇ ଏହି ମାମଲାର ଏକମାତ୍ର ଦୋଷୀ ସଞ୍ଜୟକୁ ଫାଶୀ ଦଣ୍ଡାଦେଶ ଦେବା ପାଇଁ ଆବେଦନ କରିଛନ୍ତି । ସୋମବାର ସିଆଲଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅନିର୍ବାଣ ଦାସଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ହାଇକୋର୍ଟଙ୍କ ଅନୁମତି ଲୋଡ଼ିଥିଲେ । ସରକାରୀ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଡୁ୍ୟଟିରେ ଥିବା ଟ୍ରେନି ଡାକ୍ତରଙ୍କୁ କୁକର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସିଆଲଦା ଅଦାଲତ ସଞ୍ଜୟକୁ ଗତକାଲି ମୃତୁ୍ୟ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।