ରାଷ୍ଟ୍ରପତି ଜଣାଇଲେ ଇଦ୍‌ ଉଲ୍-ଫିତର ଶୁଭେଚ୍ଛା

ରାଷ୍ଟ୍ରପତି ଜଣାଇଲେ  ଇଦ୍‌ ଉଲ୍-ଫିତର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ଇସଲାମ ଧର୍ମର ପବିତ୍ର ଇଦ୍ ଉଲ୍-ଫିତର ବା ଇଦ୍‌ ପର୍ବ । ଏଥି ପାଇଁ ଉତ୍ସବ ମୁଖର ହୋଇ ଉଠିଛି ମସଜିଦ । ସକାଳୁ ସକାଳୁ ମସଜିଦ ଗୁ଼ଡିକରେ ମୁସଲମାନ ଭାଇ ଭଉଣୀ ସାମୁହିକ ନମାଜ ପାଠ କରିବା ସହ ପରସ୍ପରକୁ ଇଦ୍‌ ଶୁଭକାମନା ଜଣାଉଛନ୍ତି । ଗତକାଲି ରାତିରେ ଜହ୍ନ ଦେଖିବା ପରେ ଆଜି ଇଦ ପାଳନ କରୁଛନ୍ତି ମୁସଲମାନ ସମ୍ପ୍ରଦାୟ । ଇଦ୍‌ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।

ସେ ଟ୍ବିଟ କରି ଲେଖିଛନ୍ତି, ''ପବିତ୍ର ପର୍ବ 'ସରହୁଲ' ଅବସରରେ ସମସ୍ତ ଦେଶବାସୀଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ନୂତନ ବର୍ଷର ଆଗମନର ପ୍ରତୀକ ଏହି ପର୍ବ ଆମକୁ ପ୍ରେମ ଏବଂ ପ୍ରକୃତି ପ୍ରତି ସମ୍ମାନର ବାର୍ତ୍ତା ଦେଇଥାଏ । ସମସ୍ତ ଦେଶବାସୀ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦିଅନ୍ତୁ ଏବଂ ମାନବିକତାର କଲ୍ୟାଣ ପାଇଁ ମିଳିତ ଭାବରେ କାର୍ୟ୍ୟ କରନ୍ତୁ ବୋଲି ମୁଁ ମଙ୍ଗଳକାମନା କରୁଛି ।''