ତାଳଚେରରେ କାହା ମୁଣ୍ଡରେ ହାତୀ ଢ଼ାଳିବ ସୁନାକଳସ

ତାଳଚେର: ସାଧାରଣ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପୂର୍ବରୁ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ଥିବା ବେଳେ ମଙ୍ଗଳବାର ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ତାଲିକାରେ ଅନୁଗୋଳ ଆସନ ପାଇଁ ପ୍ରତାପଚନ୍ଦ୍ର ପ୍ରଧାନ, ତାଳଚେର କାଳନ୍ଦୀ ସାମଲ, ପାଳଲହଡା ଅଶୋକ ମହାନ୍ତି, ଛେଣ୍ଡିପଦା ଅଗସ୍ତି ବେହେରା ଓ ଆଠମଲ୍ଲିକ ପାଇଁ ପୂର୍ବତନମନ୍ତ୍ରୀ ସୀବ ସାହୁଙ୍କ ନାମ ଘୋଷଣା କରାଯାଇଛି । ୨୦୧୯ରେ ଦଳ ଯେଉଁମାନଙ୍କୁ ପ୍ରାର୍ଥି କରିଥିଲା ଆଠମଲ୍ଲିକକୁ ଛାଡି ଅନ୍ୟ ୪ଟି ଆସନରେ ପୁନର୍ବାର ସେ ସେମାନଙ୍କ ଉପରେ ମୋହର ମାରିଛି । ପୂର୍ବରୁ ବିଜେଡ଼ି ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରୁ ୨ଟି ନିର୍ବାଚନ ମଣ୍ଡଳୀ ପାଳଲହଡ଼ା ପାଇଁ ମୁକେଶ ମୁକେଶ ପାଳ, ଛେଣ୍ଡିପଦା ପାଇଁ ସୁଶାନ୍ତ ବେହେରାଙ୍କ ନାମ ପୂର୍ବରୁ ଘୋଷଣା କରିଥିବା ବେଳେ ବୁଧବାର ଆଠମଲ୍ଲିକ ବିଧାନସଭା କ୍ଷେତ୍ର ଲାଗି ଦଳ ଅନୁପ ସାଏଙ୍କ ପରିବର୍ତ୍ତେ ନଳିନୀକାନ୍ତ ପ୍ରଧାନଙ୍କ ନାମ ଘୋଷଣା କରିଛନ୍ତି । ମୁକେଶ ଓ ସୁଶାନ୍ତ ବିଧାୟକ ଥିବା ବେଳେ ନଳିନୀ ଏ କ୍ଷେତ୍ରରେ ନବାଗତ । ତେବେ ଅନୁଗୋଳ, ତାଳଚେର ପାଇଁ ଦଳ ପ୍ରାର୍ଥୀ ଘୋଷଣା କରି ନାହିଁ । ଏହି ୨ ଆସନକୁ ନେଇ ଏବେ ଆଶାୟୀଙ୍କ ମଧ୍ୟରେ ·ଲିଛି ଛକ୍କା ପଞ୍ଜା ·ଲିଛି । ଅନୁଗୋଳ ବିଧାନସଭା କ୍ଷେତ୍ରରେ ଦଳ ୪ଥର ବିଧାୟକ ଥିବା ରଜନୀକାନ୍ତ ସିଂହଙ୍କ ପରିବାରକୁ ଟିକଟ ଦେବ ନା ନୂଆ ମୁହଁକୁ ବାଛାଯିବ ତାହାକୁ ସମସ୍ତେ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି । ଦଳ ପକ୍ଷରୁ ଟିକେଟ ଆଶାୟୀ ଭାବେ ମହେଶ ଧଳ ଦୌଡ଼ରେ ଥିବା କୁହାଯାଉଛି । ଅନ୍ୟପକ୍ଷରେ ରଜନୀଙ୍କ ପତ୍ନୀଙ୍କୁ ଦଳ ଟିକଟ ଦେଇ ମହିଳାକାର୍ଡ ଖେଳିବା ସମ୍ଭାବନା ରହିଥିୁବା ଆଲୋଚନା ଶୁଣିବାକୁ ମିଳୁଛି । ସେହିପରି ତାଳଚେର ଆସନରୁ ସ୍ୱାଧୀନରୁ ଥରେ ଓ ବିଜେଡ଼ି ଲଗାତାର ୨ଥର ବ୍ରଜକିଶୋର ପ୍ରଧାନଙ୍କୁ ଟିକେଟ ଦେଇ ଜିତିଥିବା ବେଳେ ଏଥର କନ୍ତୁ ଦଳ ପକ୍ଷରୁ ତାଳଚେର ଆସନରେ କାହାକୁ ପ୍ରାର୍ଥି କରାଯାଇ ନଥିବାରୁ କର୍ମୀଙ୍କ ମହଲରେ ବିଭିନ୍ନ କଳ୍ପନା ଜଳ୍ପନା ବୃଦ୍ଧି ପାଇବାରେ ଲାଗିଛି । ଢ଼େଙ୍କାନାଳ ଲୋକସଭା ଆସନରୁ ମହେଶ ସାହୁଙ୍କୁ ଟିକେଟ ନମିଳିବା ପରେ ତାଙ୍କୁ ତାଳଚେର ଆସନରେ ଥଇଥାନ କରିବା ଯୋଜନା ·ଲିଥିବା କୁହାଯାଉଛି । ଅନୁଗୋଳ ଓ ତାଳଚେର ଆସନ ପାଇଁ ବିଜେଡି କାହାକୁ ଟିକେଟ ଦେଉଛି ତାହା ଏବେ କର୍ମୀଙ୍କ ମହଲରେ ଆଲୋଚନାର ମୁଖ୍ୟ ବିଷୟ ହୋଇଛି । ବିଜେଡ଼ିି ପକ୍ଷରୁ ୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥିଙ୍କ ନାମ ଘୋଷଣା ପରେ ପାଲଲହଡ଼ାରେ ମୁକେଶ, ଅଶୋକ, ଛେଣ୍ଡିପଦାରେ ପୁଣି ଅଗସ୍ତି ଓ ସୁଶାନ୍ତ, ଆଠମଲ୍ଲିକରେ ପୂର୍ବତନମନ୍ତ୍ରୀ ସୀବ ସାହୁ ଓ ବିଧାନସଭା ନଳିନୀକାନ୍ତଙ୍କ ମଧ୍ୟରେ ଉକ୍ରଣ୍ଠା ପ୍ରକାଶ ପାଇଛୀ । କେବଳ କଂଗ୍ରେସ ପ୍ରାର୍ଥି ଘୋଷଣା ହୋଇନଥିବା ନେଇ ୨୦୨୪ ନିର୍ବାଚନ ବୈତରଣୀରେ ଉକ୍ତ ଆସନଗୁଡ଼ିକରେ କିଏ ଜିତାପଟ୍ ମାରିବ ତାହା କେବେଳ ଦେଖିବାକୁ ବାକି ରହିଲା ।