ସମ୍ବଲପୁର ମହାନଗର ନିର୍ବାଚନ ବାଟ ଫିଟିଲା
ସମ୍ବଲପୁରରୁ ରାଜାରାମ ପାଢ଼ୀ : ଦୀର୍ଘ ୧୨ ବର୍ଷ ଅର୍ଥାତ୍ ଗୋଟିଏ ଯୁଗ ଧରି ବନ୍ଦ ଥିବା ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଫିଟିଛି । ତକôାଳୀନ ନବୀନ- ପାଣ୍ଡିୟାନ ସରକାର ୨୦୧୪-୧୫ ମସିହାରେ ସମ୍ବଲପୁର ପୌରପରିଷଦକୁ ମହାନଗର ନିଗମରେ ଉନ୍ନିତ କରିବା ପରେ ୱାର୍ଡ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହି ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ବୁର୍ଲାର ଜନୈକ ବ୍ୟକ୍ତି ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ସମ୍ବଲପୁରରେ ବିଜେପିର ଦବଦବା ଥିବାରୁ ନିର୍ବାଚନ ହେଲେ ପରାଜୟ ନିଶ୍ଚିତ ଆଶଙ୍କା କରି ନବୀନ ସରକାର ହାଇକୋର୍ଟ ୱାର୍ଡ ସଂରକ୍ଷଣ ନେଇ ଜାରି କରିଥିବା ରହିତାଦେଶ ଉଚ୍ଛେଦ ପାଇଁ କୌଣସି ଆଇନଗତ ପଦକ୍ଷେପ ଗ୍ରହଣ ନ କରି ନିରବଦ୍ରଷ୍ଟା ସାଜି ଦୀର୍ଘ ଗୋଟିଏ ଯୁଗ ଧରି ସମ୍ବଲପୁର ମହାନଗର ନିଗମକୁ ସରକାରୀ ବାବୁମାନଙ୍କ ହାତରେ ଟେକି ଦେଇ ଦୁର୍ନୀତି ଓ ପ୍ରିୟାପ୍ରୀତିର ଅମରାବତୀରେ ପରିଣତ କରିଥିଲେ ।
ଆଜି ହାଇକୋର୍ଟ ଏହି ମାମଲାରେ ଜାରି କରିଥିବା ରହିତାଦେଶ ଉଚ୍ଛେଦ କରି ନୂତନ କରି ସାମ୍ବିଧାନିକ ବିଧି ବ୍ୟବସ୍ଥାପୂର୍ବକ ୱାର୍ଡ ସଂରକ୍ଷଣ ନେଇ ସାନି ବିଜ୍ଞପ୍ତି ଜାରି କରିବାକୁ ନିଦେ୍ର୍ଦଶ ଦେଇଥିବାରୁ ସମ୍ବଲପୁର ମହାନଗର ନିଗମର ପ୍ରଥମ କରି ନିର୍ବାଚନ ହେବାର ଆଶା ସଂଚାର ହୋଇଛି । ସଂରକ୍ଷଣ ୫୦ ପ୍ରତିଶତ ଭିତରେ ସୀମିତ ରଖି ତଥା ସଂରକ୍ଷଣ ନିୟମାବଳୀ ପାଳନ କରି ସମ୍ବଲପୁର ପୌର ନିଗମର ୱାର୍ଡ ସଂରକ୍ଷଣ ନେଇ ସାନି ବିଜ୍ଞପ୍ତି ୬ ସପ୍ତାହ ଭିତରେ ପ୍ରକାଶ କରିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲର ଶଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି । ବିଶୁଦ୍ଧ ବିଜେପି ସରକାରର ଆଇନଗତ ସକାରାତ୍ମକ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି ।
ଏଠାରେ ପ୍ରକାଶ ଥାଉକି ୨୦୧୩ ମସିହା ଜୁଲାଇ ଅଗଷ୍ଟ ମାସରେ ତକôାଳୀନ ସମ୍ବଲପୁର ପୌରପରିଷଦର କାର୍ଯ୍ୟକାଳ ଶେଷ ହୋଇଥିଲା । ରାଜ୍ୟ ସରକାର ଅନ୍ୟ ପୌରପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସହ ସମ୍ବଲପୁର ପୌରପରିଷଦର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ମାତ୍ର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ଆଇନଜୀବୀମାନେ ଦୁର୍ବାର ଆନେ୍ଦାଳନ ଗଢି ତୋଳିଥିଲେ । କୌଣସି ରାଜନୈତିକ ଦଳକୁ ଏହି ନିର୍ବାଚନରେ ଭାଗ ନ ନେବାକୁ ଆବେଦନ କରିବା ସହ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିଥିଲେ । ଫଳରେ କୌଣସି ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିବାକୁ ସମର୍ଥ ହୋଇନଥିଲେ । ପରିଣାମ ସ୍ୱରୂପ ପୌରପରିଷଦ ନିର୍ବାଚନ ବନ୍ଦ ହୋଇ ଯାଇଥିଲା । ତତ୍ପରେ ୨୦୧୪ ନିର୍ବାଚନରେ ବିଜେଡି ପ୍ରଥମ କରି ସମ୍ବଲପୁର ଆସନ ଦଖଲ କରିଥିଲା । ସମ୍ବଲପୁରରେ ସଙ୍ଗଠନକୁ ମଜଭୁତ କରିବା ପାଇଁ ସମ୍ବଲପୁର ପୌରପରିଷଦ ସହିତ ଧନକଉଡ଼ା ଓ ମାନେଶ୍ୱର ବ୍ଲକର ୧୪ ପଞ୍ଚାୟତକୁ ମିସାଇ ମହାନଗର ନିଗମରେ ଉନ୍ନିତ କରି ହାଇକୋର୍ଟରେ ମାମଲା ଆଳରେ ବାବୁ ମାନଙ୍କ ହାତରେ ଟେକି ଦେଇଥିଲା । ସମ୍ବଲପୁରବାସୀ ହାଇକୋର୍ଟଙ୍କ ଆଜିର ନିଷ୍ପତ୍ତିକୁ ସର୍ବାନ୍ତକରଣରେ ସ୍ୱାଗତ କରିଛନ୍ତି ।