ଉକଳ ଦିବସ ପାଳନ ପାଇଁ ପ୍ରସ୍ତୁତି 

ଅପ୍ରେଲ ପହିଲା ସ୍ୱତନ୍ତ୍ର ଉକ୍ରଳ ଦିବସ ପାଳନ ନିମନ୍ତେ ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ବିଡିଓ ନୀଳଗିରି ବିକ୍ରମକେଶରୀ ପରିଡା ବୈଠକରେ ଅଧ୍ୟକ୍ଷତା କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ଆଗାମୀ ୯୦ତମ ସ୍ୱତନ୍ତ୍ର ଉକôଳ ବା ଓଡ଼ିଶାଦିବସ ପାଳନ କିପରି ସରସ, ସୁନ୍ଦର ଓ ହର୍ଷଉଲ୍ଲାସର ସହିତ ପାଳନ କରାଯିବ ତାହାଉପରେ ଆଲୋଚନା କରିବାକୁ ପ୍ରସ୍ତାବ ରଖିଥିଲେ ।ବିଡ଼ିଓ ଶ୍ରୀଯୁକ୍ତ ପରିଡା ଉପସ୍ଥିତ ସଦସ୍ୟ/ସଦସ୍ୟାଙ୍କ ସୁଚିନ୍ତିତ ମତାମତ ଲୋଡ଼ିବା ସହିତ ସମସ୍ତଙ୍କର ସହଯୋଗ ଲୋଡିଥିଲେ । ବିଗତ ବର୍ଷମାନଙ୍କ ପରି ଚଳିତବର୍ଷ ମଧ୍ୟ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରତୁ୍ୟଷରେ ସହରାଞ୍ଚଳରେ ଡ଼ାକବାଜି ଯନ୍ତ୍ର ଯୋଗେ "ବନେ୍ଦ ଉକôଳଜନନୀ"ସଙ୍ଗୀତ ପରିବେଷଣ କରାଯିବା ସହ ସକାଳ ୬.୩୦ସମୟରେ ସହରାଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରଭାତଫେରୀ ରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଉକôଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବାର ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପରେ ଗୋପବନ୍ଧୁ ଛାତ୍ରାବାସ ଏବଂ କେ. ସି ହାଇସ୍କୁଲ ଠାରେ ଥିବା ଓଡ଼ିଶାପ୍ରଦେଶ ଗଠନରେ ପ୍ରମୁଖଭୂମିକା ଗ୍ରହଣ କରିଥିବା ମହାମନିଷୀ ମାନଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବ । ତତ୍ପରେ ଏକ ସଭାର ଆୟୋଜନ କରାଯାଇ ସ୍ୱତନ୍ତ୍ର ଉକôଳଦିବସ ଗଠନ ସମ୍ପର୍କରେ ଅତିଥି ମାନଙ୍କର ଅଭିଭାଷଣ ରହିବ । ପରେ ବିଦ୍ୟାଳୟ, ମହାବିଦ୍ୟାଳୟଋ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ତର୍କ, ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, ଝୋଟି , ରଙ୍ଗୋଲି ଆଦି ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରି ମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଥିବା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଥିଲା । ଶେଷରେ ନୀଳଗିରି ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।