ରେଡ କଲା ଖଣିବିଭାଗ, କେଉଁଠି ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଏବେ ବିଜେପି ସରକାର । ସରକାର ଗଠନ କରିବା ପରଠୁ ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଜିରୋ ଟୋଲେରାନ୍ସ ନୀତି ଗ୍ରହଣ କରିଆସୁଛନ୍ତି । ବିଭିନ୍ନ ବିଭାଗ ଏବେ ଆକ୍ଟିଭ ମୋଡରେ । ଏହି କ୍ରମରେ ଆଜି ଯାଜପୁର ଜିଲ୍ଲା ଧର୍ମଶାଳାରେ ଖଣିବିଭାଗ ପକ୍ଷରୁ ଚଢଉ କରାଯାଇଛି ।  ଧର୍ମଶାଳାରେ ଥିବା ବିଭିନ୍ନ ଖଣିଖାଦାନରେ ବିଭାଗ ପକ୍ଷରୁ ରେଡ କରାଯାଇଛି । ଲୁଣିବର, ଚଢେ଼ଇଧରା ଓ ଡଙ୍କାରୀ ପ୍ରମୁଖ ଖଣି ଅଞ୍ଚଳରେ ଖଣି ବିଭାଗ ପକ୍ଷରୁ ଚଢଉ କରାଯାଇଛି ।

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଅଭିଯୋଗ ଆଧାରରେ ଏହି ଚଢ଼ଉ କରାଯାଇଛି । ପୂର୍ବ ସରକାରରେ ଅନେକ ଦୁର୍ନୀତି ହୋଇଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଯେଉଁମାନେ ଦୁର୍ନୀତି କରିଛନ୍ତି ସେମାନେ ଜେଲ ଯିବେ ବୋଲି ସେ କହିଛନ୍ତି । ତେବେ ଶ୍ରୀ ସାହୁଙ୍କ ଅଭିଯୋଗକୁ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାହିନାହିଁ ।