ଜିଲ୍ଲାସ୍ତରୀୟ ଖର୍ଚ୍ଚ କମିଟି ବୈଠକ ଅନୁଷ୍ଠିତ ନିର୍ବାଚନ ଖର୍ଚ୍ଚ ଉପରେ ତୀକ୍ଷ୍ଣ ନଜର ରଖ: ଜିଲ୍ଲାପାଳ

ନବରଙ୍ଗପୁର : ଆଗାମୀ ସାଧାରଣ ନିର୍ବାଚ।ନକୁ ଅବାଧ, ନିରପେକ୍ଷ ସ୍ୱଚ୍ଛ ଭାବରେ ସୂଚ।ରୁ ରୂପେ ପରିଚ।ଳନା କରିବା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ଓ ପ୍ରସ୍ତୁତି କାର୍ଯ୍ୟ ତତ୍ପରତା ସହିତ ଆଗେଇ ଚଲିଛି । ଏହିଅବସରେ ନିର୍ବାଚନ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ଖର୍ଚ୍ଚ କମିଟି ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଆଚରଣ ବିଧିକୁ କଡାକଡି ଭାବେ ପାଳନ କରିବା ସହିତ ସାଧାରଣ ନିର୍ବାଚନକୁ ସୂ·ରୁ ରୂପେ ପରି·ଳନା କରିବା ପାଇଁ ଜିଲ୍ଲା ସ୍ତରୀୟ ଓ ·ରି ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ଗଠନ କରାଯାଇଛି । ଭିଏସ୍ ଟି,ଏସ୍ଏସ୍ଟି, ଏଫ୍ଏସ୍ ଟି, ଭିଭିଟି, ଜୋନାଲ ମାଜିଷ୍ଟ୍ରେଟଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଡଃ ମିଶ୍ର ସମସ୍ତ ଟିମ୍ର ଅଧିକାରୀ ନିଜ ନିଜର ଦାୟିତ୍ୱ ସଠିକ ଭାବେ ତୁଲାଇବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଅବାଧ, ନିରପେକ୍ଷ, ସ୍ୱଚ୍ଛ ନିର୍ବାଚନ ପାଇଁ ଲଢୁଥିବା ରାଜନୈତିକ ଦଳ, ପ୍ରାର୍ଥୀଙ୍କ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ଗଠନ କରାଯାଇଛି । ଏସବୁକୁ ଟିମ୍ ତୀକ୍ଷ୍ଣ ନଜର ରଖିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଡଃ ମିଶ୍ର ନିଦେ୍ର୍ଦଶ ଦେଇଛନ୍ତି । ଏଥିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମହେଶ୍ୱର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନବୀନ ଚନ୍ଦ୍ର ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଯଦୁମଣି ନାୟକ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସେକ୍ଟର ମାଜିଷ୍ଟ୍ରେଟ ସହ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଯୋଗ ଦେଇଥିଲେ ।