୪୫ ଡିଗ୍ରୀ ଛୁଇଁବ ତାତି

ତାତିରୁ ନିସ୍ତାର ନାହିଁ । ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ଆହୁରି ଦୁଇ ତିନି ଡିଗ୍ରୀ ବୃଦ୍ଧିପାଇବ । ଆସନ୍ତା ୧୮ରୁ ୨୦ ମଧ୍ୟରେ ଗ୍ରୀଷ୍ମଲହରୀ ଶିଖର ଛୁଇଁବାର ଆଶଙ୍କା ରହିଛି । ଫଳରେ କେତେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅପରପକ୍ଷରେ ଆଜି ୨୯ ସହରର ତାପମାତ୍ରା ୪୦ ଡିଗ୍ରୀ ରହିଥିବାବେଳେ ବାରିପଦାର ତାପମାତ୍ରା ୪୩.୬ ଡିଗ୍ରୀରେ ପହଁଚିଯାଇଥିଲା ।
ବାରିପଦା ଥିଲା ଆଜିର ଉତ୍ତପ୍ତ ସହର । ସେହିପରି ନୂଆପଡ଼ାର ତାପମାତ୍ରା ୪୨.୪ ଡିଗ୍ରୀ, ତାଳଚେରର ୪୨ ଡିଗ୍ରୀ, ବୌଦ୍ଧର ତାପମାତ୍ରା ୪୨ ଡିଗ୍ରୀ ରହିଛି । ଅପରପକ୍ଷରେ ଭୁବନେଶ୍ୱର ୪୧.୯ ଡିଗ୍ରୀ, ମାଲକାନାଗିରି ୪୧.୯ ଡିଗ୍ରୀ, ନୟାଗଡ଼ ୪୧.୭ ଡିଗ୍ରୀ, ଅନୁଗୁଳ ୪୧.୭ ଡିଗ୍ରୀ, ଚାନ୍ଦବାଲି ୪୧.୬ ଡିଗ୍ରୀ, ଖୋର୍ଦ୍ଧା ୪୧.୫ ଡିଗ୍ରୀ, ଟିଟିଲାଗଡ଼ ୪୧.୫ ଡିଗ୍ରୀ, ଜଗତସିଂହପୁର ୪୧.୫ ଡିଗ୍ରୀ, ଝାରସୁଗୁଡ଼ା ୪୧.୪ ଡିଗ୍ରୀ, ବାଲେଶ୍ୱର ୪୧.୧ ଡିଗ୍ରୀ, କେନ୍ଦ୍ରାପଡ଼ା ୪୧ ହିଗ୍ରୀ, ଢେଙ୍କାନାଳ ଓ ଭଦ୍ରକ ତାପମାତ୍ରା ବି ୪୧ ଡିଗ୍ରୀ ରହିଥିଲା ।
ଅପରପକ୍ଷରେ ବଲାଙ୍ଗୀର ୪୦.୮ ଡିଗ୍ରୀ, କଟକ ୪୦.୮ ଡିଗ୍ରୀ, ଭବାନୀପାଟଣା ୪୦.୮ ଡିଗ୍ରୀ, ସମ୍ବଲପୁର ୪୦.୬ ଡିଗ୍ରୀ, ହୀରାକୁଦ ୪୦.୪ ଡିଗ୍ରୀ, ଛତ୍ରପୁର ୪୦.୪ ଡିଗ୍ରୀ, ରାଉରକେଲା ୪୦.୩ ଡିଗ୍ରୀ, କେନ୍ଦୁଝର ୪୦ ଡିଗ୍ରୀ, ସୁନ୍ଦରଗଡ଼, ସୋନପୁର ଓ ନବରଙ୍ଗପୁରରେ ବି ତାପମାତ୍ରା ୪୦ ଡିଗ୍ରୀ ରହିଥିଲା ।