କୁଲିଙ୍ଗ୍‌ ଫେସ୍‌ପ୍ୟାକ୍‌

କୁଲିଙ୍ଗ୍‌ ଫେସ୍‌ପ୍ୟାକ୍‌


ଖରାଦିନେ ତ୍ୱଚାର ଯତ୍ନ ନେବା ଖୁବ୍‌ କଷ୍ଟକର ହୋଇପଡେ଼ । ଟାଣଖରା ଓ ଗରମ ଯୋଗୁଁ ତ୍ୱଚାରେ ଟ୍ୟାନିଙ୍ଗ୍‌ ସମସ୍ୟା ଦେଖାଯାଏ ଓ ତେଣୁ ଖରାଦିନେ ତ୍ୱଚାର ଉପଯୁକ୍ତ ଯତ୍ନ ନ ନେଲେ ମୁହଁର ଚମକ ହଜିଯାଏ । ଏପରିସ୍ଥଳେ ମୁହଁରେ ପ୍ରାକୃତିକ ଉପାୟରେ କୁଲିଙ୍ଗ୍‌ ମାସ୍କ ଲଗାଇ ତ୍ୱଚାରେ ଚମକ ଆଣିପାରିବେ । ଜାଣିବା ସେ ବିଷୟରେ...
କାକୁଡ଼ି, ଟମାଟୋ ଓ ମହୁ ଫେସ୍‌ପ୍ୟାକ୍‌
ସାଧାରଣତଃ କାକୁଡ଼ିରେ ଡିହାଇଡ୍ରେଟିଂ ଉପାଦାନ ଅଧିକ ମାତ୍ରାରେ ରହିଥାଏ । ଏହା କଳା ଦାଗ ଦୂର କରିବାରେ ସହାୟକ ହୋଇଥାଏ  । କୁଲିଙ୍ଗ୍‌ ମାସ୍କ ପ୍ରସ୍ତୁତ କରିବା ପାଇଁ ଫାଳେ କାକୁଡ଼ି ନିଅନ୍ତୁ । କାକୁଡ଼ି ଚୋପାକୁ ଛଡ଼ାଇ ଟମାଟୋ ପକାଇ ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେଥିରେ ଦୁଇ ଚାମଚ ମହୁ ଦିଅନ୍ତୁ । ଏହାକୁ କିଛି ସମୟ ଫ୍ରିଜ୍‌ରେ ରଖ୍‌ ମୁହଁରେ ଲଗାନ୍ତୁ । ଏହାକୁ ଚତ୍ୱଚାରେ ୨୦ ମିନିଟ୍‌ ରଖ୍‌ ଧୋଇ ଦିଅନ୍ତୁ  । ଏହା ତ୍ୱଚାର ରୁକ୍ଷପଣ ଦୂର କରିଥାଏ ।
ଗ୍ରୀନ ଟି' ମହୁ ଫେସ୍‌ପ୍ୟାକ୍‌
ଗୋଟିଏ ଗ୍ଲାସ୍‌ ପାଣିରେ ଦୁଇ ଚାମଚ ଗ୍ରୀନ ଟି' ପକାଇ ଫୁଟାନ୍ତୁ । ପାଣିଫୁଟି ଅଧା ହୋଇଗଲେ ଗ୍ୟାସ୍‌କୁ ବନ୍ଦ କରି ଦିଅନ୍ତୁ  । ପାଣି ଥଣ୍ଡା ହେବା ପରେ ସେଥୁରେ ଏକ ଚାମଚ ମହୁ ମିଶାଇ ଗୋଳାନ୍ତୁ । ଏହାକୁ ମୁହଁରେ ଲଗାଇ ୧୫ ମିନିଟ୍‌ ପରେ ଧୋଇ ଦିଅନ୍ତୁ  ।
ପୋଦିନା ପତ୍ର ଓ ଦହି
ସାଧାରଣତଃ ପୋଦିନା ପତ୍ରରେ ବହୁ ଔଷଧୀୟ ଗୁଣ ରହିଥାଏ । ଏହା ତ୍ୱଚାକୁ ପୋଷଣ ଦେବା ସହ ହାଇଡ୍ରେଟ୍‌ ରଖିଥାଏ । ଏହି ପେଷ୍ଟ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପୋଦିନା ପତ୍ରକୁ ଗ୍ରାଇଣ୍ଡିଂ କରି ରଖନ୍ତୁ । ସେଥିରେ ଦୁଇ ଚାମଚ ଦହି ଦେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁ ଓ ବେକରେ ଲଗାଇ ୧୫ ମିନିଟ୍‌ ପରେ ମୁହଁ ଧୋଇ ଦିଅନ୍ତୁ । ଏହା ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ ।