ଦାମ୍ପତ୍ୟ ଜୀବନରେ ଖୁସି ଚାହୁଁଥିଲେ

ଦାମ୍ପତ୍ୟ ଜୀବନରେ ଖୁସି ଚାହୁଁଥିଲେ

ବେଳେବେଳେ ସ୍ବାମୀସ୍ତ୍ରୀଙ୍କ ଭିତରେ ଛୋଟ ଛୋଟ କଥାକୁ ନେଇ କଥା କଟାକଟି ହୋଇଥାଏ। ବାରମ୍ବାର ଏଭଳି ହେଲେ କ୍ରମେ ସମ୍ପର୍କରେ ତିକ୍ତତା ବୃଦ୍ଧିପାଇ ଦାମ୍ପତ୍ୟ ଜୀବନରେ ଦୁଃଖ ଭରିଯାଏ। ଏଥିରୁ କିଭଳି ମୁକ୍ତି ପାଇହେବ ସେ ନେଇ ବାସ୍ତୁଶାସ୍ତ୍ରରେ କିଛିଟା ଉପାୟ କୁହାଯାଇଛି …
 ସ୍ବାମୀସ୍ତ୍ରୀଙ୍କ ବେଡ୍‌ରୁମ୍‌ ଘରର ଉତ୍ତର-ପଶ୍ଚିମ ଦିଗରେ ରହିଲେ ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇଥାଏ।
 ସ୍ବାମୀସ୍ତ୍ରୀଙ୍କ ବେଡ୍‌ରୁମ୍‌ର ରଙ୍ଗ ଯେତେ ହାଲ୍‌କା ରହିବ ସେତେ ଭଲ। ସେମାନଙ୍କ ବେଡ୍‌ରୁମ୍‌ରେ ତାଜା ଫୁଲ ରଖିଲେ ତାଙ୍କ ଭିତରେ ଭଲ ପାଇବା ବଢିଥାଏ ବୋଲି ବିଶ୍ୱାସ କରାଯାଏ।
ସ୍ବାମୀଙ୍କ ବାମପଟେ ପତ୍ନୀଙ୍କୁ ଶୋଇବା ଆବଶ୍ୟକ। କୁହାଯାଏ, ଏହାଦ୍ୱାରା ସମ୍ପର୍କରେ ଭଲ ପାଇବା ବଢିଥାଏ।
 ସେମାନଙ୍କ ବେଡ୍‌ରୁମ୍‌ରେ ଯୋଡ଼ା ହଂସର ଫଟୋ କିମ୍ବା ଚିତ୍ରକୁ ଲଗାଇଲେ ସମ୍ପର୍କରେ ନିବିଡ଼ତା ଆସିବା ସହ ରୁମ୍‌ରେ ସକାରାତ୍ମକ ଉର୍ଜ୍ଜାର ବୃଦ୍ଧି ହୋଇଥାଏ।
ଆଜିକାଲି ବିଭିନ୍ନ ମେଟାଲ୍‌ରେ ତିଆରି କରାଯାଉଥିବା ଖୁବ୍‌ ସୁନ୍ଦର ଡିଜାଇନ୍‌ର ଖଟ ବି ମାର୍କେଟ୍‌ରେ ମିଳିଲାଣି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ସ୍ବାମୀସ୍ତ୍ରୀ କାଠ ଖଟରେ ଶୋଇଲେ, ଏହାର ସକାରାତ୍ମକ ପ୍ରଭାବ ସେମାନଙ୍କ ଦାମ୍ପତ୍ୟ ଜୀବନ ଉପରେ ପଡିଥାଏ।
 ସେହିପରି ସ୍ବାମୀସ୍ତ୍ରୀ ସର୍ବଦା ଦକ୍ଷିଣ ଦିଗକୁ ମୁଣ୍ଡ ଏବଂ ଉତ୍ତର ଦିଗକୁ ଗୋଡ଼ କରି ଶୋଇବା ଆବଶ୍ୟକ। ଏହାଦ୍ୱାରା ଶରୀର ଭଲ ରହିବା ସହ ଭଲପାଇବା ବଢିଥାଏ।
ସବୁଠୁ ବଡ଼ କଥା ହେଉଛି, ସୁଖୀ ଦାମ୍ପତ୍ୟ ପାଇଁ ସ୍ବାମୀସ୍ତ୍ରୀଙ୍କ ଭିତରେ ବିଶ୍ୱାସ ଓ ଉତ୍ତମ ବୁଝାମଣା ରହିବା ନିହାତି ଜରୁରୀ ।