ଏହି ଅଙ୍ଗ ଡେଇଁବା ଦିଏ ଚାକିରି ଠାରୁ ଆରମ୍ଭ କରି ବିବାହର ସଙ୍କେତ!
ଅନେକ ସମୟରେ ଏପରି ଦେଖାଯାଏ, ଶରୀରର କେତେକ ଅଙ୍ଗ ଯେପରି ଆଖି, କାନ ଅବା ନାକ ଡେଇଁଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ସମସ୍ତ ଅଙ୍ଗ ଡେଇଁବା ଦ୍ୱାରା ବିଭିନ୍ନ ସଙ୍କେତ ଦେଇଥାଏ ।
ତେବେ ଜାଣନ୍ତୁ ଶରୀରର କେଉଁ ଅଙ୍ଗ ଡେଇଁଲେ ମିଳେ କେଉଁ ସଙ୍କେତ?
କୁହାଯାଏ, ସମ୍ପୂର୍ଣ୍ଣ ମସ୍ତକ କିମ୍ବା ମଥା ଡେଇଁବା ଦ୍ୱାରା ଦୂର ସ୍ଥାନ ଯାତ୍ରା କରିବାର ସଙ୍କେତ ଦେଇଥାଏ । ଯାତ୍ରା ସମୟରେ ଭାବି ଚିନ୍ତି ସମସ୍ତ ନିଷ୍ପତ୍ତି ନେବେ । ମଥାର ମଧ୍ୟ ଭାଗ ଡେଇଁବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ । ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।
ଏହାଛଡା ବାରମ୍ବାର ଏପରି ହେଲେ ସରକାରୀ ଚାକିରି ହେବାର ମଧ୍ୟ ସଙ୍କେତ ଦେଇଥାଏ ବୋଲି ବିଶ୍ୱାସ ରହିଛି । ଏହି ସମୟରେ ଯାତ୍ରା କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଧନ ପ୍ରାପ୍ତିର ସକେଂତ ଦେଇଥାଏ ।
ଯଦି ଆପଣଙ୍କର ଆଇବ୍ରୋର ମଧ୍ୟ ଭାଗ ଡେଉଁଥାଏ ତେବେ ଏହା ହେଉଛି ମନ ପସନ୍ଦର ଜୀବନ ସାଥୀ ମିଳିବାର ସଙ୍କେତ ନଚେତ୍ ବିବାହ ସ୍ଥିର ହେବାର ଶୁଭ ସଙ୍କେତ ଦେଇଥାଏ । ଆଇବ୍ରୋ ସ୍ଥାନ ଡେଇଁବା ଭଳି ଅନୁଭବ ହେଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
ସେହିପରି ଡାହାଣ ଆଖିର ମଧ୍ୟ ଭାଗ ଡେଇଁବା ଦ୍ୱାରା ସଫଳତା ପ୍ରାପ୍ତି ହେବାର ସଙ୍କେତ ଦେବା ସହ ଧନ ପ୍ରାପ୍ତି ହୋଇଥାଏ । ଡାହାଣ ଆଖିର ଚାରି ପାଖ ଡେଇଁବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହେବାର ବିପଦ ସଙ୍କେତ ମିଳିଥାଏ । ବାମ ପଟ ଆଖି ଚାରିପଟ ଡେଇଁବା ଦ୍ୱାରା ବିବାହ ହେବାର ସଙ୍କେତ ପ୍ରାପ୍ତ ହୋଇଥାଏ ।
ସେହିପରି ନାସିକା ବା ନାକ ଡେଇଁବା ପାରି ଅନୁଭବ ହେଲେ ଦ୍ୱାରା ବ୍ୟବସାୟରେ ଉନ୍ନତି ହେବାର ସଙ୍କେତ ଦେଇଥାଏ । ଯଦି ନାକର ଶେଷ ଅଂଶ ଡେଇଁବା ଭଳି ଲାଗେ ତେବେ ଏହା କଳହ ହେବାର ସଙ୍କତ ଦେଇଥାଏ । ଡାହାଣ ନାକର ନାକପୁଡା ଡେଇଁବା ବନ୍ଧୁ ମିଳନର ସଙ୍କେତ ଦେଇଥାଏ ।