ବର ଯାତ୍ରୀଙ୍କୁ ଧରି ଫେରୁଥିଲା ବସ୍, ଲାଗିଲା ନିଆଁ
ବର କନିଆ, ବର ଯାତ୍ରୀଙ୍କୁ ଧରି ଫେରୁଥିଲା ବସ୍। ମାତ୍ର ହଠାତ୍ ଦ୍ରୁତ ଗତିରେ ଥିବା ବସ୍ରେ ନିଆଁ ଲାଗିଲା। ଏହି ନିଆଁରେ କେହି ମୃତାହତ ହୋଇ ନ ଥିବା ବେଳେ ବସ୍ରେ ଥିବା ସମସ୍ତ ଯୌତୁକ ସାମଗ୍ରୀ ଜଳି ଯାଇଥିବା ଜଣାଯାଇଛି। ଏପରି ଏକ ଭୟଙ୍କର ଘଟଣା ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ଘଟିଛି।
ବର ଯାତ୍ରୀଙ୍କୁ ଧରି ବସ୍ଟି ଏକ ବିବାହ ଉତ୍ସବକୁ ଯାଇଥିଲା। ବିବାହ ସରିବା ପରେ ବର ଯାତ୍ରୀଙ୍କ ସମେତ ବର କନିଆ ବି ଉକ୍ତ ବସ୍ରେ ଫେରୁଥିଲେ। ବସ୍ଟି ଚନ୍ଦ୍ରପୁରରୁ ବୁଲଢାଣା ଫେରୁଥିଲା।ମାତ୍ର ବାଟ ମଝିରେ ବସ୍ରୁ ଧୂଆଁ ବାହାରିବାକୁ ଲାଗିଲା। ଏହାଦେଖି ଡ୍ରାଇଭର ରାସ୍ତା ପାର୍ଶ୍ୱରେ ଗାଡ଼ିକୁ ଛିଡ଼ା କରାଇ ଦେଇଥିଲେ।
ଏହାପରେ ତୁରନ୍ତ ବସ୍ରୁ ସମସ୍ତ ଯାତ୍ରୀଙ୍କୁ ଖାଲି କରି ଦିଆଯାଇଥିଲ। ଇତି ମଧ୍ୟରେ ବସ୍ରେ ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ବସ୍ଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଲା।