ପେଟ୍ରୋଲ୍‌ ଢାଳି ନିଜ ଦେହରେ ନିଆଁ ଲଗାଇଲେ ଆଇନଜୀବୀ

ପେଟ୍ରୋଲ୍‌ ଢାଳି ନିଜ ଦେହରେ ନିଆଁ ଲଗାଇଲେ ଆଇନଜୀବୀ

ଭୁବନେଶ୍ବର: ପାଣ୍ଡରା ଅଞ୍ଚଳରେ ଅଭାବନୀୟ ଘଟଣା । ଏଠାରେ ଜଣେ ଆଇନଜୀବୀ ଜୀବନ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି ।ସେ ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହୁତି ଦେଇଥିବା ଜଣାପଡିଛି । ମୃତକ ହେଲେ ଦୀପକ କୁମାର ସାହୁ ଏବଂ ସେ ଜଣେ ଆଇନଜୀବୀ ବୋଲି ଜଣାପଡିଛି । ଖବର ପାଇ ମଞ୍ଚେଶ୍ବର ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ନିଜ ଘର ଛାତରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଛାତ ଉପରେ ଜଳିଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ତେବେ ଆତ୍ମହୁତିର କାରଣ କଣ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ହତ୍ୟା ବୋଲି ମଧ୍ୟ ସନ୍ଦେହ ହେଉଥିବା ଚର୍ଚ୍ଚା ହେଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଖବର ଅନୁସାରେ, ମୃତ ଦୀପକଙ୍କ ଘର ପାଣ୍ଡରା ଛକ ଜଗନ୍ନାଥ ମନ୍ଦିର ନିକଟରେ ରହିଛି । ତାଙ୍କର 4 ମହଲା ଘର ରହିଥିବା ବେଳେ ସେ ଉପରେ ଏକ ଚାମ୍ବର କରି ନିଜ କାମ କରୁଥିଲେ ।ତେବେ ସେ ଗତ କିଛି ଦିନ ହେବ କୌଣସି ଘଟଣାକୁ ନେଇ ମାନସିକ ଅବସାଦରେ ରହିଥିବା ବେଳେ ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କୁ ମଧ୍ୟ ଦେଖାଇଖିଲେ । ଏହାରି ଭିତରେ ଆଇନଜୀବୀଙ୍କ ଆତ୍ମହୁତି ଖବର ସାମ୍ନାକୁ ଆସିଛି ।