ଆଜି ଗଣେଶ ପୂଜା ପାଇଁ ସାରା ରାଜ୍ୟ ଚଳଚଞ୍ଚଳ

ଆଜି ଗଣେଶ ପୂଜା ପାଇଁ ସାରା ରାଜ୍ୟ ଚଳଚଞ୍ଚଳ

ଆଜି ଅଗ୍ରପୂଜ୍ୟ  ବିଘ୍ନରାଜଙ୍କ ଆରାଧନା ସହ ଆସିଛି ପାର୍ବଣ । ଆଜି ବିରାଜିବେ ବିଘ୍ନ ବିନାଶକ । ଗଣେଶ ପୂଜା ପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇଛି । ସକାଳୁ ସକାଳୁ ବିଭିନ୍ନ ପୂଜା କମିଟି, ଶିକ୍ଷାନୁଷ୍ଠାନ, ଶିଳ୍ପ ଅନୁଷ୍ଠାନ, ସହର ବଜାର ସବୁ କିଛି ଚଳଚଞ୍ଚଳ ହୋଇଛି । ଗାଁଠୁ ସହର ସବୁଆଡ଼େ ଉତ୍ସବମୁଖର ପରିବେଶ । ପୂଜା କମିଟି ଗୁଡ଼ିକ ବିଭିନ୍ନ ପ୍ରକାର ଡିଜାଇନରେ ଗଜାନନଙ୍କ ମୂର୍ତ୍ତି କରିଛନ୍ତି । ଗଣେଶ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଛି ଖୋର୍ଦ୍ଧା ଜିଲ୍ଲା ଜଟଣି । ଜଟଣିରେ ବେଶ୍ ଜାକଜକମର ସହିତ ହୋଇଥାଏ ଗଣେଶ ପୂଜା । ଏଥର ବି ଜଟଣିର ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମୂର୍ତ୍ତି ,  ସାଜସଜ୍ଜା ବି କରାଯାଇଛି ।