ଭୁବନେଶ୍ୱର ୟୁନିଟ-୨ରେ ନିର୍ମାଣ ହେବ ୧,୫୦୦ ସରକାରୀ କ୍ୱାର୍ଟର୍ସ

 ଭୁବନେଶ୍ୱର ୟୁନିଟ୍-୨ରେ ନିର୍ମାଣ ହେବ ୧୫ ଶହ କ୍ୱାର୍ଟର୍ସ । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦାନ । ୟୁନିଟ-୨ରେଥିବା ସରକାରୀ କ୍ୱାର୍ଟର୍ସ ବିପଦ ଶଙ୍କୁଳ ଅବସ୍ଥାରେ ଥିବାବେଳେ ସେଗୁଡ଼ିକୁ ଭାଙ୍ଗି ନୂଆ କ୍ୱାର୍ଟର୍ସ ନିର୍ମାଣ କରାଯିବ । ୟୁନିଟ୍-୨କୁ ଜବରଦଖଲ ମୁକ୍ତ କରାଯାଇଛି । ଏହାପରେ କ୍ୱାର୍ଟର୍ସ ଅଭିଯାନ ଆରମ୍ଭକ କରାଯିବ । କ୍ୱାର୍ଟର୍ସ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।