ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବିଜେପି ସୁଭଦ୍ରା ଯୋଜନା ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିବ: କୁସୁମ
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ମହିଳା ସଶକ୍ତିକରଣ କ୍ଷେତ୍ରରେ ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ଘୋଷଣା କରିଛନ୍ତି । ମୋଦିଙ୍କ ଗ୍ୟାରେଂଟିମାନେ ପ୍ରତିଶ୍ରୁତି ପୂରଣ ହେବାର ଗ୍ୟାରେଂଟି । ମହିଳା ସଶକ୍ତିକରଣ ପାଇଁ ସଂକଳ୍ପବଦ୍ଧ ଏବଂ ସମର୍ପିତ ବିଜେପିର ଡବଲ ଇଞ୍ଜିନ ସରକାର । ନିର୍ବାଚନ ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ କ୍ୟାବିନେଟ୍ରେ ଓଡ଼ିଶାର ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଅନୁମୋଦନ ହେଲା । ଏହି ଯୋଜନା ଦ୍ୱାରା ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ଲାଭବାନ ହେବେ ବୋଲି ରାଜ୍ୟ ଉପସଭାନେତ୍ରୀ ତଥା ପୂର୍ବତନ ବିଧାୟିକା କୁସୁମ ଟେଟେ କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଶ୍ରୀମତୀ ଟେଟେ କହିଛନ୍ତି ଯେ, ଏହି ଯୋଜନା ୨୦୨୮-୨୯ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିପାଇଁ ୫୫,୮୨୫କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରାଯାଇଛି । ଏହି ଯୋଜନାରେ ୨୧ ରୁ ୬୦ବର୍ଷ ପର୍ଯ୍ୟନ୍ତ ସମସ୍ତ ମହିଳାଙ୍କୁ ସାମିଲ କରାଯିବ । ପ୍ରତିବର୍ଷ ରାକ୍ଷୀପୂର୍ଣ୍ଣିମା ଓ ଆନ୍ତର୍ଜାତୀୟ ମହିଳା ଦିବସରେ ୫ହଜାର ଟଙ୍କା ଲେଖାଏଁ ବାର୍ଷିକ ସମୁଦାୟ ୧୦ହଜାର ଟଙ୍କା ପ୍ରଦାନ କରାଯିବ । ସୁଭଦ୍ରା ଯୋଜନାରେ ସ୍ୱଚ୍ଛତାକୁ ଆଣିବା ପାଇଁ ଆଧାର ପେମେଂଟ ବ୍ରିଜ୍ ସିଷ୍ଟମ ଦ୍ୱାରା ଯୋଗ୍ୟ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଂଟକୁ ଆର୍ଥିକ ସହାୟତ ପଠାଯିବ । ଏଥିସହ ମହିଳାଙ୍କୁ "ସୁଭଦ୍ରା' ଡେବିଟ୍ କାର୍ଡ ପ୍ରଦାନ କରାଯିବ । ସୁଭଦ୍ରା ଯୋଜନା ପାଇଁ ମହିଳାମାନେ ଅଙ୍ଗନୱାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଇତ୍ୟାଦିରେ ଆବେଦନ କରିପାରିବେ । ଏଥିପାଇଁ କଲ୍ ସେଂଟର ମଧ୍ୟ କାର୍ଯ୍ୟକ୍ଷମ ହେବ । ଏଥିସହ ଡିଜିଟାଲ କାରବାରକୁ ପ୍ରୋସôାହିତ କରିବା ପାଇଁଁ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଂଚାୟତ ଏବଂ ଅରବାନ ଲୋକାଲ ବଡିରେ ସର୍ବାଧିକ ପରିମାଣର ଡିଜିଟାଲ କାରବାର କରିଥିବା ୧୦୦ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ୫ଶହ ଟଙ୍କା ପ୍ରୋସôାହନ ରାଶି ରୂପେ ପ୍ରଦାନ କରାଯିବ ।
ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ଓ ସୁଯୋଗ ବ୍ୟବସ୍ଥା କରିଥିବାରୁ ଶ୍ରୀମତୀ ଟେଟେ ଧନ୍ୟବାଦ ଜଣାଇଛନ୍ତି । ଏହି ସୁଭଦ୍ରା ଯୋଜନାରୁ ଯେପରି ଯୋଗ୍ୟ ମହିଳା ବଂଚିତ ନହୁଅନ୍ତି ସେଥିପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀମତୀ ଟେଟେ କହିଛନ୍ତି ।