କଲବଲ କରିବ ଗ୍ରୀଷ୍ମଲହର

ଭୁବନେଶ୍ୱର : ଏଥର ତାତି ସବୁ ରେକର୍ଡ଼ ଭାଙ୍ଗିବ । ତତଲା କଡ଼େଇରେ ସମସ୍ତଙ୍କୁ ଭାଜିଦେବ । ଜନଜୀବନକୁ କଲବଲ କରିଦେବ । ପାଣିପାଗ ବିଭାଗ ପକ୍ଷରୁ ଏଭଳି ଆକଳନ କରାଯାଇଛି । ଖାଲି ଓଡ଼ିଶା ନୁହେଁ ୬ ରାଜ୍ୟରେ ତାତି ସବୁ ରେକର୍ଡ଼ ଭାଙ୍ଗିବ ବୋଲି ଆକଳନ କରାଯାଇଛି । ଦୀର୍ଘ ସମୟ ଧରି ଖରାର ପ୍ରକୋପ ଜାରି ରହିବ । ସାଧାରଣତଃ ଗ୍ରୀଷ୍ମଲହର ୪ରୁ ୮ ଦିନ ହେଉଥିବାବେଳେ ଚଳିତ ବର୍ଷ ୧୦ରୁ ୨୦ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମଲହର ହେବାର ଆଶଙ୍କା ରହିଛି । ଏପ୍ରିଲରୁ ଜୁନ ମାସ ପର୍ଯ୍ୟନ୍ତ ତାତି କିଭଳି ରହିବ ସେନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଅସହ୍ୟ ଗରମ ଯୋଗୁଁ ନିର୍ବାଚନ ପ୍ରଚାର ବି ପ୍ରଭାବିତ ହେବବୋଲି ଅନୁମାନ କରାଯାଉଛି
କେନ୍ଦ୍ରୀୟ, ଉତର ଓ ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ । ଚଳିତ ବର୍ଷ ଗ୍ରୀଷ୍ମ ଲହର ମଧ୍ୟ ଦୀର୍ଘ ସମୟ ଧରି ଚାଲିବ । ଏପ୍ରିଲରୁ ଜୁନ ମାସ ମଧ୍ୟରେ ମଧ୍ୟପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ଓଡିଶା ଓ ଆନ୍ଧ୍ର ପ୍ରଦେଶରେ ସବୁଠାରୁ ଅଧିକ ତାତି ପରିଲକ୍ଷିତ ହେବ । ଏହି ସବୁ ରାଜ୍ୟରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ ବୋଲି ଆଇଏମଡି ମହାନିଦେ୍ର୍ଦଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।