ଖାଆନ୍ତୁନି ଫ୍ରେଞ୍ଜ ଫ୍ରାଇସ୍

ଖାଆନ୍ତୁନି ଫ୍ରେଞ୍ଜ ଫ୍ରାଇସ୍

ପ୍ରତିଟି ରୋଷେଇ ଘରର ପରିବା ଝୁଡ଼ିର ରାଜା ହେଉଛି ଆଳୁ । ଆଳୁ ନଥିଲେ କିଛି ହେବନି । ଭଜାରୁ ଆରମ୍ଭ କରି ଭରତା ପର୍ଯ୍ୟନ୍ତ ସଭିଁଙ୍କୁ କିମିଆ କରିଛି ଆଳୁ । ଏମିତିକି ବଡ଼ ବଡ଼ ମଲ୍ , ରେସ୍ତୋରାଁର ଫୁଡ୍ କୋର୍ଟରେ ମଧ୍ୟ ଆଳୁର ଚାହିଦା କାହିଁରେ କେତେ । ଆଳୁରେ ପ୍ରସ୍ତୁତ ଫ୍ରେଞ୍ଚ୍ ଫ୍ରାଇସ୍ ଖାଇବାକୁ ତ ଛୋଟପିଲା ଯେମିତି ପାଗଳ । କିନ୍ତୁ ଫ୍ରେଞ୍ଚ୍ ଫ୍ରାଇସକୁ ଲଗାତାର ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହାର ଗଭୀର ପ୍ରଭାବ ପଡ଼େ । ଏହା ଆମେ ନୁହଁ ଆଜ୍ଞା ଡାକ୍ତର କହୁଛନ୍ତି । ‘ଦ ଆମେରିକାନ୍ ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ନ୍ୟୁଟ୍ରିସନ୍’ ମୁତାବକ ୪୫୦୦ ଜଣ ଯୁବବର୍ଗଙ୍କ ଉପରେ ଯେତେବେଳେ ଷ୍ଟଡି କରାଗଲା ଏକ ଚକିତ କରିଦେଲା ଭଳି ଖବର ସାମ୍ନାକୁ ଆସିଲା । ରିପୋର୍ଟରେ କୁହାଗଲା କି ଯେଉଁ ଲୋକମାନେ ପ୍ରତି ସପ୍ତାହରେ ଫ୍ରେଞ୍ଚ୍ ଫ୍ରାଇସକୁ ୨ ଥରରୁ ଅଧିକ ଖାଆନ୍ତି ସେମାନଙ୍କ କ୍ଷେତ୍ରରେ ମୃତ୍ୟୁର ବିପଦ ଦୁଇଗୁଣା ବଢିଯାଏ । ଫ୍ରେଞ୍ଚ୍ ଫ୍ରାଇସରେ କ୍ୟାଲୋରୀ ଅଧିକ ଥିବାରୁ ଏଥିରେ ଡାଇଜେସନ୍ ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟସ୍ କମ୍ ଥାଏ । ପାଟିକୁ ସୁଆଦ ଲାଗୁଥିବା ଏହି ଫ୍ରେଞ୍ଚ୍ ଫ୍ରାଇସକୁ ପ୍ରତିଦିନ ଖାଇଲେ ପେଟ ଦରଜ ସମସ୍ୟାରେ କଲବଲ ହେବାକୁ ପଡ଼ିଥାଏ । ଏହାଛଡ଼ା ଡାଇରିଆ , ବାନ୍ତି ଏବଂ ଗ୍ୟାସ୍ ଭଳି ସମସ୍ୟା ଯେମିତି ଶରୀରକୁ କୁଣିଆ ଭଳି ପ୍ରବେଶ କରନ୍ତି । 

ଫ୍ରେଞ୍ଚ୍ ଫ୍ରାଇସ୍ ଲଗାତାର ଖାଇବା ଦ୍ୱାରା ହୃଦୟ ଜନିତ ରୋଗର ବିପଦ ଅଧିକ ବଢିଯାଏ । ତେଲରେ ଛଣା ହୋଇଥିବା ଖାଦ୍ୟ ହାର୍ଟ ବ୍ଲକେଜ୍ ସମସ୍ୟା ସୃଷ୍ଟି କରାଇ ହାର୍ଟ ଆଟାକ୍ ଏବଂ ଟ୍ରିପଲ୍ ବେସଲ୍ ଡିଜିଜ୍ ଭଳି ଗମ୍ଭୀର ସମସ୍ୟାକୁ ଜନ୍ମ ଦେଇଥାଏ । ଯୁବପିଢୀଙ୍କ ଭିତରେ ଓଜନ ବଢିବା ଯେମିତି ଏକ ସାଧାରଣ ସମସ୍ୟା ହୋଇଗଲାଣି । ଏଭଳି ସ୍ଥିତିରେ ହାଇ କ୍ୟାଲୋରୀ ଫୁଡ୍ ଫ୍ରେଞ୍ଚ୍ ଫ୍ରାଇସ୍ ଖାଇବା ଦ୍ୱାରା ଅଣ୍ଟା ଚଉଡ଼ା ହେବା , ପେଟ ବଢିବା , ମେଦବହୁଳତାର ଶିକାର ହେବା ସମସ୍ୟା ବଢେ । ଯଦି ଆପଣ ମଧ୍ୟ ତୈଳଯୁକ୍ତ ଫ୍ରେଞ୍ଚ୍ ଫ୍ରାଇସ୍ ଖାଇବାର ସୌଖିନ ତାହେଲେ ଆଜିଠାରୁ ହିଁ କମାନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।